ଡେସ୍କ : ଓଡ଼ିଆ ସାମ୍ବାଦିକତା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ସମାଜ ତଥା ଲୋକମାନଙ୍କୁ ଉଚିତ୍ ମାର୍ଗକୁ ଆଣିବାରେ ସତ୍ୟ ତଥା ନିରପେକ୍ଷ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ଏହି ଅବସରରେ ପ୍ରକାଶ କରିଛନ୍ତି। ସେହିପରି ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ କାର୍ଯ୍ୟରତ ସାମ୍ବାଦିକ ଏବଂ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।
ଆଜିର ଦିନରେ ଓଡ଼ିଶାରୁ ପ୍ରଥମ ଓଡ଼ିଆ ଭାଷାରେ ଖବରକାଗଜ ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟ ବାର୍ତ୍ତାରେ କହିଛନ୍ତି, ସମାଜ ତଥା ଲୋକଙ୍କୁ ଜାଗ୍ରତ କରିବାରେ ସତ୍ୟ ଓ ନିରପେକ୍ଷ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅସହାୟ ଲୋକଙ୍କ ସ୍ୱର ସାଜିବା ସହ ଓଡ଼ିଆ ସାମ୍ବାଦିକତାକୁ ସମୃଦ୍ଧ କରିଥିବା ପ୍ରତିଟି ବ୍ୟକ୍ତିଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ମାନ ଜଣାଇଛନ୍ତି।
ଓଡ଼ିଆ ସାମ୍ବାଦିକତା ଦିବସ : ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
Popular Categories



