www.samajalive.in
Saturday, December 6, 2025
14.1 C
Bhubaneswar

ଉତ୍ତରାଖଣ୍ଡରେ ଓଡ଼ିଆ ଝିଅକୁ ହତ୍ୟା

ରାୟଗଡ଼ା: ଉତ୍ତରାଖଣ୍ଡ ଲାଲପୁରରେ ଜଣେ ଓଡ଼ିଆ ଛାତ୍ରୀକୁ ହତ୍ୟା ଅଭିଯୋଗ ହୋଇଛି। ସେ ହେଲେ ରାୟଗଡ଼ା ଜିଲା ଜେକେପୁରର ସୃଷ୍ଟି ଶର୍ମା(୨୩)। ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ତାଙ୍କୁ ହତ୍ୟା କରି ମୃତଦେହକୁ ଚଦରରେ ଗୁଡ଼ାଇ ଇଟା ଓ ପଥର ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ। ନଦୀରୁ ମୃତଦେହ ଲାଲପୁରର ପୁଲିସ ଉଦ୍ଧାର କରି ଅଭିଯୁକ୍ତ ଅମିତ କୁମାର ସିଂହକୁ ଗିରଫ କରିଛି। ସୃଷ୍ଟି ଉତ୍ତରାଖଣ୍ଡର ଲାଲପୁରର ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ ଗତ ୬ ମାସ ହେଲା ଇଣ୍ଟର୍ଣ୍ଣସିପ୍ ଟ୍ରେନିଂ ନେଉଥିଲେ । ସେ ଲାଲପୁରର କାମେଶ୍ୱର ସିଂହଙ୍କ ଘରେ ଭଡାରେ ରହୁଥିଲେ। ମଙ୍ଗଳବାର ଅପରାହ୍ଣରୁ ସୃଷ୍ଟିଙ୍କ ଫୋନ ବନ୍ଦ ଥିବାରୁ ତାଙ୍କ ପରିବାରବର୍ଗ ଯୋଗାଯୋଗ କରିପାରି ନ ଥିଲେ। ସୃଷ୍ଟିଙ୍କ ପରିବାର ଲୋକେ ଘର ମାଲିକ କାମେଶ୍ୱରଙ୍କୁ ଫୋନ କରିଥିଲେ। ସେ ମେଡିକାଲ କାମରେ ବାହାରେ ଥିବାରୁ ତାଙ୍କ ପୁଅ ଅମିତ ସିଂହକୁ ଯୋଗାଯୋଗ କରିଥିଲେ।

ସେ ମଧ୍ୟ କୌଣସି ଉତ୍ତର ଦେଲେ ନାହିଁ। ପରିବାର ଲୋକେ ସନ୍ଦେହ କରିଥିଲେ। ସୃଷ୍ଟିଙ୍କ ଜଣେ ସମ୍ପର୍କୀୟ ଭାଇ ଓ ତାଙ୍କର ଜଣେ ବନ୍ଧୁ ଲାଲପୁରରେ ବୁଧବାର ପହଞ୍ଚି ଥିଲେ। ଲାଲପୁର ପୁଲିସ ଥାନାରେ ସୃଷ୍ଟିଙ୍କ ନିଖୋଜ ନେଇ ଏତଲା ଦେଇଥିଲେ। ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସନ୍ଦେହ କରି ଘର ମାଲିକଙ୍କ ପୁଅ ଅମିତକୁ ଥାନାକୁ ଆଣି ପୁଲିସ ପଚରାଉଚରା କରିଥିଲା। ପରେ ସେ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲା। ଅମିତର ବୟାନ ଆଧାରରେ ଲାଲପୁର ମନ୍ଦିର ପଛପଟେ ଥିବା ବାଡୋର ନଦୀରୁ ମୃତଦେହ ଉଦ୍ଧାର କରାଯାଇଥିଲା। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ। ମୃତଦେହ ବ୍ୟବଚ୍ଛେଦ ପାଇଁ ରୁଦ୍ରପୁର ମେଡିକାଲକୁ ପଠାଯାଇଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅମିତକୁ ଗିରଫ କରି ତଦନ୍ତ କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories