ରବିବାର ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମ ପାଇଁ ମହାଭାରତ’ର ଅଡ଼ିଓ ରିଲିଜ୍ ହୋଇଯାଇଛି। ନାୟିକା ରିୟା ଦେ, ନାୟକ ସମ୍ବିତ ଆଚାର୍ଯ୍ୟ, ନିର୍ଦେଶକ ନିରଞ୍ଜନ ବେହେରା, ପ୍ରଯୋଜକ ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ, ଅଭିନେତା ଶ୍ରୀତମ ଦାସ, ପ୍ରଣୟ ଜେଠୀ ଉପସ୍ଥିତଥିଲେ। କଣ୍ଠଶିଳ୍ପୀ କୌଶିକ ମଞ୍ଚରେ ଚଳଚ୍ଚିତ୍ରର ଗୀତ ବୋଲିଥିଲେ। ନାୟିକା ରିୟା ଦେ ଓ ନାୟକ ସମ୍ବିତ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ। ଚଳଚ୍ଚିତ୍ରରେ ଅଭିଜିତ୍ ମଜୁମଦାର ସଙ୍ଗୀତ ନିର୍ଦେଶନା ଦେଇଥିବାବେଳେ ପିଣ୍ଟୁ ନନ୍ଦ, ବବି ମିଶ୍ରଙ୍କ ଭଳି କଳାକାର ଏଥିରେ ଅଭିନୟ କରିଥିଲେ।
Popular Categories



