www.samajalive.in
Friday, December 12, 2025
15.1 C
Bhubaneswar

ଓଡିଆ ଭାଷାରେ ଶିକ୍ଷା ଓ ଓଡିଶାରେ ନିଯୁକ୍ତିପାଇଁ ରାଜଧାନୀରେ ଛାତ୍ର ସମାବେଶ

ଭୁବନେଶ୍ୱର: ପ୍ରାକୃତିକ ସମ୍ପତ୍ତିରେ ଧନୀ ଓଡିଶା ଆଜି ବେରୋଜଗାରୀରେ ଦେଶର ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୧୦ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟରେ ୨୫ ଲକ୍ଷ ୫୭ ହଜାର ପଂଜିକୃତ ଶିକ୍ଷିତଙ୍କ ମଧ୍ୟରୁ ମାତ୍ର ୨୭,୪୫୦ ଜଣଙ୍କୁ ନିଯୁକ୍ତି ମିଳିଛି। ସରକାରଙ୍କର ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମରେ ଓଡିଆ ଯୁବପିଢୀଙ୍କୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ଓଡିଶାର ସାଢେ ଚାରିକୋଟି ଓଡିଆଙ୍କପାଇଁ ଚଳିତ ବର୍ଷ ରାଜ୍ୟ ବଜେଟ ୨ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାବେଳେ ଶିକ୍ଷିତମାନଙ୍କ ନିଯୁକ୍ତିପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ବିଭିନ୍ନ ଜିଲାରେ ନିଯୁକ୍ତି ମେଳା ଆୟୋଜନ ମାଧ୍ୟମରେ ବେଆଇନ ଚାନ୍ଦା ଆଦାୟ କରାଯାଉଛି। ନିଯୁକ୍ତିମେଳାରେ ମିଳିଥିବା ହାତଗଣତି ନିଯୁକ୍ତିରେ କମ୍ ଦରମା ଓ ରାଜ୍ୟ ବାହାରେ ହୋଇଥିବାରୁ ଓଡିଶା ପିଲାମାନେ ଶୋଷିତ ହେଉଛନ୍ତି ବୋଲି ବିଧାନସଭାରେ ସରକାର ମାନିଛନ୍ତି। ଓଡିଶାର ଶିଳ୍ପପତି, କଣ୍ଟ୍ରାକ୍ଟର, ଖଣିମାଲିକ, ବଡବଡ ବ୍ୟବସାୟୀ, ଅଧିକାରୀ ଆଦି ସମସ୍ତେ ହେଉଛନ୍ତି ଅଣଓଡିଆ। ପୂର୍ବରୁ ବଙ୍ଗଳା ଓ ତେଲୁଗୁ ଆଉ ଏବେ ହିନ୍ଦୀ ଓ ତାମିଲମାନେ ସମଗ୍ର ଓଡିଶାକୁ ଆବୋରି ବସିଲେଣି। ଭାରତବର୍ଷରେ ଭାଷାକୁ ନେଇ ଭୂମିଟିଏ ମିଳିଥିବା ରାଜ୍ୟରେ ସବୁଠାରୁ ବେଶୀ ଅବହେଳିତ ହେଉଛି ଏହାର ଭାଷା ଆଉ ବିଦ୍ୟାର୍ଥୀ।

ମାତୃଭାଷାକୁ ହେୟ କରାଯାଉଥିବାରୁ ପ୍ରାକୃତିକ ସମ୍ପଦରେ ପୂର୍ଣ୍ଣଗର୍ଭା ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୫ବର୍ଷ ପରେ ବିଦେଶର ସବୁଠାରୁ ଗରିବ ରାଜ୍ୟ ଭାବରେ ପରିଚିତ। ତେଣୁ ଓଡିଶାର ଅର୍ଥନୈତିକ ବିକାଶପାଇଁ ଓଡିଆରେ ଶିକ୍ଷା ଏବଂ ଓଡିଶାରେ ନିଯୁକ୍ତିପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ। ଏଥିପାଇଁ ଓଡିଶାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁସ୍ତକ ଓଡିଆଭାଷାରେ ପ୍ରସ୍ତୁତ ସହିତ ସମସ୍ତ ପ୍ରକାରର ଶିକ୍ଷା ଓ ପରୀକ୍ଷା ଓଡିଆରେ କରିବା, ସମସ୍ତ ବିଶ୍ୱବିଦ୍ୟାଳୟ ସ୍ତରୀୟ ସେମିଷ୍ଟାର, ଇଣ୍ଟରନାଲ ପରୀକ୍ଷା ଓ ପରୀକ୍ଷାଫଳ ଏକା ସମୟରେ ପ୍ରକାଶନପାଇଁ ଶିକ୍ଷା କ୍ୟାଲେଣ୍ଡର ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ପ୍ରଦାନ,ଶାସ୍ତ୍ରୀୟ ଭାଷା ଓଡିଆ ମୂଳ ଭିତ୍ତିପତ୍ର ଆଧାରରେ ଓଡିଆ ଭାଷା, ଓଡିଆ ସାହିତ୍ୟ ଏବଂ ଓଡିଶାର ଇତିହାସ ପାଠ୍ୟକ୍ରମ ପ୍ରସ୍ତୁତ କରିବା, ଶିକ୍ଷାକୁ ନିଯୁକ୍ତିଭିତ୍ତିକ କରିବାପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ଆଧାରିତ ପାଠ୍ୟକ୍ରମ ପ୍ରଚଳନ କରିବା, ଶିକ୍ଷାକୁ ବାସ୍ତବମୁଖୀ କରିବାପାଇଁ ଶିକ୍ଷା ପ୍ରମାଣପତ୍ର ସହିତ ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ ସମସ୍ତ ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର ନିଯୁକ୍ତି ପ୍ରଶିକ୍ଷଣ ଓ ନିଯୁକ୍ତି ବିଭାଗ ଖୋଲିବା, ‘ଓଡିଶାପାଇଁ ଓଡିଆ’ ନ୍ୟାୟରେ ରାଜ୍ୟର ସମସ୍ତ ନିଯୁକ୍ତି ପରୀକ୍ଷା ଓଡିଆରେ ହେଉ ଓ ସେଥିରୁ ବାଧ୍ୟତାମୂଳକ ଇଂଲିଶ ପତ୍ର ଉଚ୍ଛେଦ, ରାଜ୍ୟର ଅର୍ଥନୀତି ସୁଦୃଢ ଥିବାରୁ ଠିକା ନିଯୁକ୍ତି ଓ ଅବସର ପରେ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରାଯାଇ ଖାଲି ପଦବୀ ଶୀଘ୍ର ପୂରଣ କରିବା, ବ୍ୟାପକ ନିଯୁକ୍ତିପାଇଁ ଖଣିଜ ସମ୍ପଦ ଖୋଳି ବିକିବା ବ୍ୟବସ୍ଥାକୁ ବନ୍ଦ କରି ଏଥିରୁ ବସ୍ତୁ ଉତ୍ପାଦନ ମୂଳକ ଶିଳ୍ପ ପ୍ରତିଷ୍ଠା କରିବା, ଆଇନ, ଚିକିତ୍ସା ଓ ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ, ବ୍ୟାଙ୍କ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଓଡିଆଭାଷାର ସମ୍ପୂର୍ଣ୍ଣ ବ୍ୟବହାର, ଓଡିଶାର ସମସ୍ତ କଳକାରଖାନାରେ ୯୫ଭାଗ ଓଡିଆଙ୍କ ନିଯୁକ୍ତି ଆଇନକୁ ଦୃଢ ଭାବରେ ପାଳନ କରିବା, ସୀମାନ୍ତ ଜିଲାଗୁଡିକର ପ୍ରଶାସନ, ନ୍ୟାୟ ଓ ଚିକିତ୍ସାପାଇଁ କେବଳ ଓଡିଆ ଅଧିକାରୀଙ୍କୁ ନିଯୁକ୍ତି, ଉଚ୍ଚମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ସ୍ୱତନ୍ତ୍ର ପ୍ରଶିକ୍ଷିତ ଓଡିଆ ଭାଷା ଶିକ୍ଷକ ନିଯୁକ୍ତି ଆଦି ଦାବି ନେଇ ଆଜି ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ଓଡିଶାର ୧୨୬ଟି ମହାବିଦ୍ୟାଳୟର ୫୦୦ ପ୍ରତିନିଧି।

- Advertisement -

ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରସମାଜ ଭଳି ବିଭିନ୍ନ ଛାତ୍ର ସଂଗଠନର ମିଳିତ ଉଦ୍ୟମକ୍ରମେ ଗଠିତ ‘ମୋ ଭାଷା’ ପକ୍ଷରୁ ଓଡିଆ ଜାଗରଣ ଯାତ୍ରାମାଧ୍ୟମରେ ଓଡିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ।ଏହି ବିଦ୍ୟାର୍ଥୀଗଣ ମାଷ୍ଟର କ୍ୟାଣ୍ଟିନ ଛକରୁ ପଦଯାତ୍ରାରେ ବାହାରି ଜୟଦେବ ଭବନ ପର୍ଯ୍ୟନ୍ତ ପହଞ୍ଚିବା ପରେ ସେଠାରେ ସଭା ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଛାତ୍ରନେତା ତାପସ କୁମାର ସାହୁ, ନୀଳମାଧବ ପାତ୍ର, ଶିବଶଙ୍କର ସାହୁ, ମମତା ଘଣ୍ଟ, ମନୋଜ ସାହୁ, ଅର୍ଘ୍ୟରୂପା ସାମନ୍ତରାୟ, ତପସ୍ୱିନୀ ସାହୁ, ସୌମ୍ୟା ପ୍ରିୟ ଦର୍ଶନୀ, ନିଳୟ ମହାପାତ୍ର, ଲୋପାମୁଦ୍ରା ପାଢୀ, ସୌମ୍ୟ ଲାକ୍ରା, ସିପୁନ ବାରିକ, ଶତ୍ରୁଜିତ ରାଉତ, ମାନସ ସାହୁ, ସର୍ମିତା ମଲ୍ଲିକ, ଶୁର୍ଗାବତୀ ରୋରେନ, ମାମାଲି ସାହୁ, ହିମାଦ୍ରୀ ତନୟା ପ୍ରମୁଖ ପରିଚାଳନା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories