www.samajalive.in
Wednesday, December 10, 2025
17.1 C
Bhubaneswar

ଓସିଏ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

କଟକ: ଚଳିତମାସ ୨୭ରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଓସିଏର ଅନୁବନ୍ଧିତ ସଂଘମାନେ ୨୭ରେ ହେବାକୁ ଥିବା ସ୍ବତନ୍ତ୍ର ସାଧାରଣ ବୈଠକ ଓ ନିର୍ବାଚନ ଲାଗି ଓସିଏକୁ ସେମାନଙ୍କ ପ୍ରତିନିଧିଙ୍କ ନାମ ପଠାଇ ଥିଲେ। ଶୁକ୍ରବାର ଚୂଡ଼ାନ୍ତ ଭୋଟର ତାଲିକା ବା କାଉନ୍‌ସିଲ ସଦସ୍ୟଙ୍କ ନାମ ପ୍ରକାଶ ପାଇଛି। ​ଚୂଡ଼ାନ୍ତ ‌େଭାଟର ତାଲିକାରେ ମୋଟ୍‌ ୭୩ଜଣ ସ୍ଥାନ ପାଇଛନ୍ତି। ​‌ ଏଥିରେ ୩୦ଟି ଜିଲା, ୫ଟି ସଂଗଠନ, ୨୦ଟି କ୍ଲବ୍, ୧୦ଟି ସ୍କୁଲ୍, ୫ଟି କଲେଜ୍‌ର ପ୍ରତିନିଧି ଓ ୩ ଜଣ ଆନ୍ତର୍ଜାତିକ କ୍ରିକେଟର ଅଛନ୍ତି।
ଭୋଟର ତାଲିକାରେ ଯେଉଁମାନେ ସ୍ଥାନ ପାଇଛନ୍ତି ସେ ସଂପର୍କରେ ସବିଶେଷ ତଥ୍ୟ ‘ସମାଜ’ର ଗୁରୁବାର ସଂସ୍କରଣରେ ପୂର୍ବରୁ ପ୍ରକାଶ ପାଇ ସାରିଛି। ଏଠାରେ ସୂଚନାଥାଉକି ସରକାରୀ ପ୍ରେସ୍‌ କ୍ଲବ ଓ ଏସ୍‌ବିଆଇ ସ୍ପୋର୍ଟ୍‌ସ କ୍ଲବ ତରଫରୁ ୨ଟି ନାମ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଆସିଥିଲା। ସେମାନଙ୍କ ମଧ୍ୟରୁ ସରକାରୀ ପ୍ରେସ୍‌ ତରଫରୁ ବୀରେନ୍ଦ୍ର କୁମାର ବେହେରା ଓ ଏସ୍‌ବିଆଇ ସ୍ପୋର୍ଟ୍‌ସ କ୍ଲବ ତରଫରୁ ଉପେନ୍ଦ୍ର କୁମାର ଦାସଙ୍କ ନାମ ଚୂଡ଼ାନ୍ତ ଭୋଟର ତାଲିକାରେ ସ୍ଥାନ ପାଇଛି।
ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ (ଓସିଏ) ନିର୍ବାଚନରେ ଭାଗନେବାକୁ ଥିବା ପ୍ରାର୍ଥୀଙ୍କ ଯୋଗ୍ୟତା କ’ଣ ରହିବ ସେ ସଂପର୍କରେ ତାଲିକା ପ୍ରକାଶ ପୂର୍ବରୁ ପାଇଛି। ଏହି ତାଲିକା ଅନୁଯାୟୀ ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବେ, ପ୍ରାର୍ଥୀଙ୍କୁ ୭୦ ବର୍ଷ ବୟସ ହୋଇନଥିବ, ପ୍ରାର୍ଥୀ ମାନସିକ ଭାବେ ସୁସ୍ଥ ଥିବେ, ସେ ସରକାରରେ ମନ୍ତ୍ରୀ ନ ଥିବେ କିମ୍ବା କୌଣସି ସରକାରୀ ପଦରେ ନ ଥିବେ, କ୍ରିକେଟ୍‌ ଛଡ଼ା ଅନ୍ୟ କୌଣସି କ୍ରୀଡ଼ା ସଂଘର କର୍ମକର୍ତ୍ତା ନ ଥବେ, ବିସିସିଆଇ କିମ୍ବା ଓସିଏରେ କ୍ରମାଗତ ଭାବେ ୯ ବର୍ଷ ପାଇଁ କୌଣସି ପଦାଧିକାରୀ ନ ଥିବେ, ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନଥିବ। ଜଣେ ପ୍ରାର୍ଥୀ କେବଳ ଗୋଟିଏ ପଦ ନିମନ୍ତେ ନିର୍ବାଚନ ଲଢ଼ିପାରିବେ। ପ୍ରାର୍ଥୀଙ୍କ ପ୍ରସ୍ତାବକ ଓ ସମର୍ଥକଙ୍କ ସ୍ବାକ୍ଷର ଅଭିପ୍ରମାଣିତ (ଆଟେଷ୍ଟେଡ୍‌) ହୋଇଥିବ। ପ୍ରସ୍ତାବକ ଓ ସମର୍ଥକ ଏକାଧିକ ପ୍ରାର୍ଥୀଙ୍କ ପାଇଁ ରହିପାରିବେ ନାହିଁ। ପ୍ରାର୍ଥୀ ନିଜେ ପ୍ରାର୍ଥିପତ୍ର ଦାଖଲ ପାଇଁ ନିର୍ଦ୍ଧାରିତ ତାରିଖ ଅର୍ଥାତ୍ ସେପ୍ଟେମ୍ବର ୨୦ରେ ଓସିଏ ସମ୍ମିଳନୀ କକ୍ଷକୁ ଆସିବେ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ପଠାଇପାରିବେ। ନିର୍ଦ୍ଧାରିତ ଫର୍ମରେ ପ୍ରାର୍ଥୀ ଆବେଦନ କରିବେ। ୨୧ରେ କାହାର କିଛି ଅଭିଯୋଗ ଥିଲେ ସେମାନେ ତାହା କରିପାରିବେ। ୨୧ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୨ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।
ସ୍ପଷ୍ଟୀକରଣ
ଗୁରୁବାର ସଂସ୍କରଣରେ ଭୁଲ୍‌କ୍ରମେ ନବରଞ୍ଜନ ପଟ୍ଟନାୟକ ଜୟଦୁର୍ଗା କ୍ଲବକୁ ପ୍ରତିନିଧିତ୍ବ କରୁଛନ୍ତି ବୋଲି ପ୍ରକାଶ ପାଇଥିଲା। ପ୍ରକୃତରେ ନବରଞ୍ଜନ ମଙ୍ଗଳା କ୍ଲବକୁ ପ୍ରତିନିଧିତ୍ବ କରୁଥିବା ବେଳେ ଅସିତ ପଟ୍ଟନାୟକ ଜୟଦୁର୍ଗା କ୍ଲବକୁ ପ୍ରତିନିଧିତ୍ବ କରୁଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories