www.samajalive.in
Friday, December 5, 2025
20.1 C
Bhubaneswar

‘ଓଡ଼ –ପାଇକ ଓ ପାଇକ ଉପଜାତି’କୁ ଓବିସିରେ ସାମିଲ ଦାବି

ସମାଜଲାଇଭ ଡେସ୍କ: ‘ଓଡ଼ –ପାଇକ ଓ ପାଇକ ଉପଜାତି’କୁ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ ଦାବି ହୋଇଛି। ଏ ନେଇ ବୁଧବାର ଓଡିଶା ରାଜ୍ୟ ଅତିଥି ଭବନଠାରେ ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହିରଙ୍କ ଜନଶୁଣାଣିରେ ଉପସ୍ଥିତ ରହି ଦାବି କରିଛି ଓଡିଶା ପଛୁଆ ବର୍ଗ ଯୁବ ଓ ଛାତ୍ର ସାମ୍ମୁଖ୍ୟ। ସାମ୍ମୁଖ୍ୟ ପକ୍ଷରୁ ବିଭିନ୍ନ ଦାବି ଯଥା- ଜାତିଭିତ୍ତିକ ଜନଗଣନା, ସରକାରୀ ଓ ବେସରକାରୀ ଉଦ୍ୟୋଗଗୁଡିକରେ ନିଯୁକ୍ତି କ୍ଷେତ୍ରରେ ସମାନତା, କ୍ରିମି ଲେୟାରକୁ ବାଦଦେବା, ଓବିସି/ଏସଇବିସିମାନଙ୍କ ପାଇଁ ସଂରକ୍ଷଣ ୫୦%ରୁ ହଟାଇ ୫୨% ପ୍ରତିଶତ କରିବା। ଏହାବ୍ୟତୀ ଅନ୍ୟ କେତେକ ଦାବି ମଧ୍ୟ ଉପସ୍ଥାପନ କରାଯାଇଛି। ସେଗୁଡ଼ିକ ହେଲା କେନ୍ଦ୍ର ଓ ରାଜ୍ୟ ବଜେଟରେ  ଓବିସି/ଏସଇବିସିମାନଙ୍କ କଲ୍ୟାଣ ପାଇଁ ସ୍ଵତନ୍ତ୍ର ପାଣ୍ଠି ବ୍ୟବସ୍ଥା, ନ୍ୟାୟପାଳିକାରେ ଓବିସି/ଏସଇବିସିମାନଙ୍କୁ ପାଇଁ ସଂରକ୍ଷଣ ବ୍ୟବସ୍ଥା ଏବଂ ଘରୋଇ ସଂସ୍ଥାମାନଙ୍କରେ ଓବିସି/ଏସଇବିସିମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଏକ ଦାବିପତ୍ର ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories