www.samajalive.in
Friday, December 5, 2025
26.1 C
Bhubaneswar

କନ୍ଧମାଳରେ ଭୂସ୍ଖଳନ, ବର୍ତ୍ତିଲା ପରିବାର

ରାଇକିଆ: ସାମୁଦ୍ରିକ ବାତ୍ୟା ମନ୍ଥା ପ୍ରଭାବ ରାଇକିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ରାତି ସାରା ବର୍ଷା ହୋଇଥିବା ବେଳେ ବୁଧବାର ସକାଳୁ ମଧ୍ୟ ବର୍ଷା ଜାରି ରହିଛି। ସକାଳ ୭ଟାରେ କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଞ୍ଚାୟତ ଖାରିଗୁଡ଼ା ଘାଟିରେ ଭୁସ୍ଖଳନ ହୋଇ ବଡ଼ ବଡ଼ ପଥର ସବୁ ଉଦୟ ଗୌଡ଼ଙ୍କ ଘର ବାରି ସମ୍ମୁଖ ଦୁଆରକୁ ମାଡ଼ି ପଡ଼ିଛି। ତେବେ ପରିବାର ଲୋକେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ଏ ନେଇ ଘର ଲୋକେ ଭୟଭୀତ ହୋଇ ଯାଇଛନ୍ତି। ଖବର ପାଇ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ ଅଧିକାରୀ, କର୍ମଚାରୀଙ୍କୁ ସେହି ଗାଁକୁ ପଠେଇ ଥିଲେ। ସେହି ଘର ଲୋକଙ୍କୁ ସ୍କୁଲ ଘରକୁ ଯାଇ ସେଠାରେ ରହିବା ପାଇଁ କହିଥିଲେ। କିନ୍ତୁ ସେ ତାଙ୍କ ସମ୍ପର୍କୀୟଙ୍କ ଛାତ ଘରେ ରହିବେ ବୋଲି କହିଥିଲେ। ବର୍ତ୍ତମାନ ସୁଦ୍ଧା ବର୍ଷା ଜାରି ରହିଥିବା ପୁର୍ବତନ ସରପଞ୍ଚ ଭିକାରୀ ମଲ୍ଲିକଙ୍କଠାରୁ ସୁଚନା ମିଳିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories