ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥର ମଲିପଶୀ ଗ୍ରାମ ଦାରା ସିଂ ଛକ ନିକଟରେ ଆଜି ପୂର୍ବାହ୍ନ ୧୧ଟା ରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ତାଙ୍କ ଗୋଡ଼ ଉପରେ ଏକ ୧୨ ଚକିଆ ଟ୍ରକ ଚଢି ଯାଇଛି । ଫଳରେ ସାଇକେଲ ଆରୋହୀଙ୍କ ଗୋଟିଏ ଗୋଡ଼ ଭାଙ୍ଗି ଚୁରମାର ହୋଇଯାଇଛି । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ମେଡିକାଲ କୁ ପଠାଇଛନ୍ତି । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ସାଇକେଲ ଆରୋହୀ ଜଣଙ୍କ କୁମୁଳାବାହାଳି ଗ୍ରାମର ପଦ୍ମଲୋଚନ ଟୁଡୁ(୩୫) ବୋଲି ଜଣାପଡିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଦୁର୍ଘଟଣା ଘଟାଇ ଟ୍ରକ ଟି ଫେରାର ହୋଇଯାଇଥିବା ବେଳେ ପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Popular Categories



