ହରଭଙ୍ଗା : ସାତକୋଶିଆ ମହାନଦୀ ଗଣ୍ଡରେ ଚଳିତବର୍ଷ ବିଦେଶୀ ପକ୍ଷୀ ପାଣିଚିରା(ଇଣ୍ଡିଆ ସ୍କିମର)ଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ଗତ ଜାନୁୟାରୀ ୩ରେ ପକ୍ଷୀ ଗଣନା ବେଳେ ମହାନଦୀରେ ପାଣିଚିରା ପକ୍ଷୀଙ୍କ ସଂଖ୍ୟା ଅଧିକ ରହିଥିବା ଜଣାପଡିଛି। ଏହା ବ୍ୟତୀତ ବିଭିନ୍ନ ପ୍ରଜାତିର ବଦେଶୀ ପକ୍ଷୀ ବ୍ରାହି୍ମନୀ ଡକ(ଚକୁଆ), ପାଣି ଡୁବୁକି, ମାଈଗ୍ରାଟୋରୀ, ଲାଞ୍ଜି ଗେଣ୍ଡି, ହଂସରାଳି, ଟଂଟିଆ, ନଦୀ ଟଂଟିଆହଳଦୀମୁହାଁ ଟଂଟିଆ ଭଳି ବିଭିନ୍ନ ଜଳଚର ପକ୍ଷୀ ରହିଥିବା ଜଣାପଡିଛି। ଶୀତଦିନେ ସାଇବେରିଆ ଅଂଚଳରେ ବରଫପାତ ଯୋଗୁଁ ବହୁସଂଖ୍ୟାରେ ବିଦେଶୀ ପକ୍ଷୀଙ୍କ ସମାଗମ ଅଭୟାରଣ୍ୟ ବାତାବରଣକୁ ଆହୁରି ମୁଖରିତ କରିଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏମାନଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ କୋର ଏରିଆରେ କଟକଣା କଡାକଡି କରିଛି।
Popular Categories



