www.samajalive.in
Wednesday, December 10, 2025
17.1 C
Bhubaneswar

ରେଳ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୮୧ ଭାଗ ହ୍ରାସ ପାଇଛି

ନୂଆଦିଲ୍ଲୀ: ରେଳ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଗତ ପାଞ୍ଚ ବର୍ଷ ଭିତରେ ଶତକଡ଼ା ୮୧ ଭାଗ ହ୍ରାସ ପାଇଥିବା ଜଣାପଡିଛି। ରେଳ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଯାତ୍ରୀମାନଙ୍କର ସୁରକ୍ଷା ଓ ନିରାପତ୍ତାକୁ ରେଳବାଇ ଅଗ୍ରାଧିକାର ଦେଉଛି। ରେଳବାଇର ପାଞ୍ଚ ବର୍ଷର ସଫଳତା ଉପରେ ଏକ ପୁସ୍ତକ ଉନ୍ମୋଚନ କରି ରେଳମନ୍ତ୍ରୀ ପୀୟୁଷ ଗୋୟଲ୍‍ କହିଛନ୍ତି, ଦୁର୍ଘଟଣା ସଂଖ୍ୟା ଶୂନ୍ୟକୁ ଆଣିବାପାଇଁ ରେଳବାଇ ପ୍ରତିଶ୍ରୁତିବଦ୍ଧ ଏବଂ ଏଥିପାଇଁ ବ୍ରଡଗେଜ୍‍ ନେଟ୍‍ୱର୍କର ସମସ୍ତ ମାନବବିହୀନ ଲେବଲ୍‍ କ୍ରସିଂ ହଟାଯାଇଛି। ସେ କହିଛନ୍ତି, ବ୍ରଡଗେଜ୍‍ ରେଳ ଲାଇନର ୧୦୦ ଭାଗ ବିଦ୍ୟୁତିକରଣ କାର୍ଯ୍ୟ ଚାଲିଛି। ବିଜେପି ରେଳବାଇ କ୍ଷେତ୍ରରେ ଯେଉଁ ବିକାଶ ପାଇଁ ଘୋଷଣା କରିଥିଲା ତାହା ସେ ପୂରଣ କରି ପାରିଛି ବୋଲି ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories