www.samajalive.in
Saturday, December 6, 2025
16.1 C
Bhubaneswar

ଥମୁନି ୟୁକ୍ରେନ୍‌-ରୁଷ ଯୁଦ୍ଧ; ପରମାଣୁ ବୋମା ପକାଇବ ରୁଷ !

ନୂଆଦିଲ୍ଳୀ: ଗତ ୭୦ ଦିନ ହେଲା ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବାକୁ ନେଇ କୌଣସି ସମାଧାନର ସୂତ୍ର ବାହାରିପାରୁନାହିଁ  । ଏହାରି ଭିତରେ ରୁଷିଆ ୟୁକ୍ରେନ୍‌ ଉପରକୁ ପରମାଣୁ ପକାଇବାକୁ ଚିନ୍ତା କରୁଥିବା କହିଛି । ରୁଷର କହିବା ଅନୁସାରେ ତାଙ୍କର ସନ୍ୟ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି । ଫେବ୍ରୁଆରୀ ୨୪ରେ ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ଉଭୟ ଦେଶଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଫଳରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

ୟୁକ୍ରେନବାସୀ ମଧ୍ୟ ଦେଶ ଛାଡ଼ିଥିବା ଖବର ଆସିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିସ୍ଥାପିତଙ୍କ ସଂଖ୍ୟା ସର୍ବାଧିକ ବୋଲି କୁହାଯାଉଛି । ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୟୁକ୍ରେନର ସୈନ୍ୟବାହିନୀ କ୍ଷେପଣାସ୍ତ୍ର ପ୍ରଣାଳୀ, ଏୟାରଫିଲ୍ଡ ଏବଂ ସୁରକ୍ଷିତ କ୍ଷେପଣାସ୍ତ୍ର ଭିତ୍ତିଭୂମି ଭଳି ଟାର୍ଗେଟରେ ଏକାଧିକ ସ୍ଥାନରେ ଅକ୍ରମଣ କରିଥିଲେ ।

- Advertisement -

ଏପରି ସମୟରେ ରୁଷ ପରୋକ୍ଷରେ ବାରମ୍ବାର ୟୁକ୍ରେନକୁ ଆଣବିକ ଆକ୍ରମଣର ଚେତାବନୀ ଦେଉଛି । ଯାହାକୁ ନେଇ ବର୍ତ୍ତମାନ ଯୁଦ୍ଧ ଆହୁରି ତୀବ୍ର ହେବାନେଇ ଅନୁମାନ କରାଯାଉଛି ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories