ନୂଆପଡା : ନୂଆପଡାରେ ଶନିବାର ପୁଣି ବାଘ ଆତଙ୍କ ଦେଖାଦେଇଥିବା ନେଇ ଖବର ମିଳିଛି। କିଛି ଦିନ ତଳେ ଏକ କଲରାପତରିଆ ବାଘ ଜଣେ ନାବାଳକର ଶିକାର କରିଥିବା ବେଳେ ଏବେ ଜଣେ ମହିଳାଙ୍କୁ ଝାମ୍ପି ନେଇଥିବା ଜଣାପଡିଛି। ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ କଲରାପତରିଆ ବାଘ ଆତଙ୍କ ସୃଷ୍ଟି କରିଛି। ସିଲିଆରିବାହାରା ଗାଁ ଜଙ୍ଗଲରେ ମହିଳାଙ୍କୁ ବାଘ ମାରି ଖାଇଛି। ଗତକାଲି ମହିଳା ଜଣଙ୍କ ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ। ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିବା ନେଇ କହିଛନ୍ତି।
ଘର ପାଖରେ ଖେଳୁଥିବାବେଳେ ୮ ବର୍ଷର ପୁଅକୁ ଝାମ୍ପି ନେଲା କଲରାପତରିଆ ବାଘ
ପୂର୍ବରୁ ଜଣେ ନାବାଳକକୁ ମାରି ଖାଇଥିଲା କଲରାପତରିଆ ବାଘ। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛି।



