www.samajalive.in
Sunday, December 7, 2025
13.1 C
Bhubaneswar

ଏସବୁ ଜିନିଷ ଅସଲି କି ନକଲି ଜାଣନ୍ତୁ..

ବଜାରରେ ଏପରି କେତେକ ଜିନିଷ ବିକ୍ରି ହୋଇଥାଏ ,ଯାହା ଅସଲି କିମ୍ବା ନକଲି ଜାଣିବା ନିତାନ୍ତ ଆବଶ୍ୟକ। ଅଧିକାଂଶ ଖାଦ୍ୟ ଜିନିଷ କିଣିବା ସମୟରେ ଏଥିପ୍ରତି ଧ୍ୟାନ ଦେଇନଥାଆନ୍ତି। ଜାଣନ୍ତୁ କିଛି ସରଳ ଉପାୟ ବିଷୟରେ..

କ୍ଷୀର ଓ ପନିର-  ଅଳ୍ପ କ୍ଷୀର ଓ ପନିରକୁ ଅଲଗା ଅଲଗା କାଚ ପାତ୍ରରେ ରଖନ୍ତୁ। ଏଥିରେ ୨ କିମ୍ବା ୩ ଡ଼୍ରପ ଟିଙ୍କଚର ଆୟୋଡ଼ିନ ମିଶାନ୍ତୁ। ଯଦି ଏହାର ରଙ୍ଗ ନୀଳ ହୋଇଯାଏ, ତେବେ ଜାଣନ୍ତୁ ଏହା ବିଶୁଦ୍ଧ ନୁହେଁ।

- Advertisement -

କ୍ଷୀରରେ ଅନ୍ୟ ଦ୍ରବ୍ୟ ମିଶିଛି କି ନାହିଁ ଜାଣିବାର ଉପାୟ ହେଉଛି, ଯଦି କ୍ଷୀରରୁ କୌଣସି ଭିନ୍ନ ଧରଣର ବାସ୍ନା ଆସେ ତେବେ ଏଥିରେ ଅନ୍ୟ ଉପାଦନ ମିଶିଛି। ଅସଲି କ୍ଷୀରରୁ କୋଣସି ଭିନ୍ନ ବାସ୍ନା ଆସି ନଥାଏ। ଏକ ପଥର ନେଇ ତାହା ଉପରେ କ୍ଷୀର ୨ କି ୩ ବୁନ୍ଦା ପକାନ୍ତୁ। ଯଦି ଏହା ଅସଲି ହୋଇଥିବ ତେବେ ଏକ ଧାର ହୋଇ ତଳକୁ ବୋହି ଯିବ। କ୍ଷୀରରେ ମଧ୍ୟ ଟିଙ୍କଚର ଆୟୋଡ଼ିନ ମିଶାଇଲେ ଯହି ଏହା ସ୍ୱଚ୍ଛ ଏହାର ରଙ୍ଗ ପରିବର୍ତ୍ତନ ହେବ ନାହିଁ।

କ୍ଷୀରକୁ ଅଧିକ ଦିନ ପର୍ୟ୍ୟନ୍ତ ରଖିବା ପାଇଁ ସେଥିରେ ଫର୍ମାଲିନ ମିଶା ଯାଇଥାଏ। ଫର୍ମାଲିନ ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ। ଏହାକୁ ପରୀକ୍ଷା କରିବା ପାଇଁ ଏକ ଟ୍ୟୁବରେ ୧୦ମିଲି କ୍ଷୀର ନେଇ ସେଥିରେ ୨-୩ ବୁନ୍ଦା ସଲଫ୍ୟୁରିକ ଏସିଡ ପକାଇ ଦିଅନ୍ତୁ। କିଛି ସମୟ ପରେ ଯଦି କ୍ଷୀରର ଉପର ଭାଗ ନୀଳ ରଙ୍ଗ ହୋଇଯିବ ତେବେ ସେଥିରେ ଫର୍ମାଲିନ ମିଶିଛି ବୋଲି ଜାଣିବା।

ଅଣ୍ଡା- ଯଦି ଅଣ୍ଡାରୁ କୌଣସି ପ୍ରକାରର ଗନ୍ଧ ବାହାରୁ ଥିବ ଏହାକୁ କେବେ ମଧ୍ୟ କିଣନ୍ତୁ ନାହିିଁ।
ସତେଜ ଅଣ୍ଡାକୁ ଜାଣିବାର ସହଜ ଉପାୟ ହେଉଛି ଏକ ପାତ୍ରରେ ପାଣି ନେଇ ଅଣ୍ଡାକୁ ସେଥିରେ ରଖନ୍ତୁ, ସତେଜ ଅଣ୍ଡା ପାଣିର ତଳ ଭାଗକୁ ଯାଇ ଶୋଇବା ଭଳି ରହିବ। ୬ରୁ ୭ ଦିନ ହୋଇଥିବା ଅଣ୍ଡା ଟିକେ ସମୟରେ ପାଣି ଭିତରକୁ ଯିବ ଓ ସିଧା ହୋଇ ରହିବ। ମାତ୍ର ଖରାପ ହୋଇଯାଇଥିବା ଅଣ୍ଡା ପାଣିରେ ଭାସିବ।
ଅଣ୍ଡାକୁ ଅଧିକ ଦିନ ରଖନ୍ତୁ ନାହିଁ।

ଫଳପନିପରିବା – ନକଲି ଫଳପନିପରିବାର ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ, ଯକୃତ, ବୃକକ୍‌‌, ପାଚନ ତନ୍ତ୍ର, ରୋଗ ପ୍ରତିରୋଧକ ଶକ୍ତି ଜନିତ ଅନେକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥାଏ।
ନକଲି ଫଳପନିପରିବା ରଙ୍ଗ ,ଚମକ ସ୍ୱାଦ ଓ ଆକାରରୁ ଚିହ୍ନଟ ହୋଇପାରିବ। ଏହା ପନିପରିବା,ଫଳର ପ୍ରାକୃତିକ ରୂପ ଠାରୁ ସାମାନ୍ୟ ଭିନ୍ନ ହୋଇଥାଏ।
ଅଧିକ ରାସାୟନିକ ସାର ପ୍ରୟୋଗ ହେଉଥିବା ଫଳ ଓ ପନିପରିବା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ,ପେଟରେ ବିଭିନ୍ନ ପ୍ରକାର ରୋଗ, ଡାଇରିଆ, ରକ୍ତଚାପ, ବାନ୍ତି ଭଳି ସମସ୍ୟା ହୋଇଥାଏ।
ନକଲି ପନିପରିବା ଓ ଫଳର ରଙ୍ଗ ପ୍ରାକୃତିକ ଭାବେ ଆକାରରେ ଭିନ୍ନ,ରଙ୍ଗରେ ଭିନ୍ନ ହୋଇଥାଏ। ଏଭଳି ଫଳ ଓ ପନିପରିବା କିଣିବା ଠାରୁ ସତର୍କ ରୁହନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories