ଗ୍ୟାସରେ ରୋଷେଇ କଲେ ବୋଲି ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ
ଭଞ୍ଜନଗର : ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ସ୍ୱାମୀ। ବଡଗଡ ଥାନା ରୁଗୁମୁ ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ଶନିବାର ଖବର ମିଳିଛି। ଗ୍ୟାସରେ ରୋଷେଇ କରିବାରୁ ସ୍ତ୍ରୀ ସହ ବଚସା କରିଥିଲା ସ୍ୱାମୀ। ଯୁକ୍ତିତର୍କ ପରେ ଗୁଡିଆମ୍ବ ଛକକୁ ଉକ୍ତ ମହିଳା ଜଣଙ୍କ ପଳାଇ ଆସିଥିଲେ। ପଛେ ପଛେ ସ୍ୱାମୀ ଆସି ପୁଣି ଯୁକ୍ତିତର୍କ ସହ ହାଣି ଦେଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି।
Comments are closed.