www.samajalive.in
Wednesday, December 10, 2025
14.1 C
Bhubaneswar

ଆଜି ହୋଇପାରେ ବିଜେଡ଼ିର ପ୍ରାର୍ଥୀ ଘୋଷଣା: ଚୁଡାନ୍ତ ନିଷ୍ପତ୍ତି ହୋଇଛି, କେବଳ ଘୋଷଣା ବାକି

ନୂଆପଡା: ନୂଆପଡ଼ା ଉପ ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଛି। କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ଜୟ ଢୋଲକିଆ ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଲା ପରେ ବିଜେଡି ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରାର୍ଥୀ କାହାକୁ କରିବେ ସେ ନେଇ ବିଜେଡ଼ିର ତୁଙ୍ଗ ନେତା ନୂଆପଡାରେ ଡେରା ପକାଇଛନ୍ତି। ତେବେ ଅନେକ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ନାଁରେ ମୋହର ମରାହେବ ବୋଲି ଚୂଡ଼ାନ୍ତ ହୋଇଥିବା ଜଣାପଡୁଛି।
ମନୋଜ ମିଶ୍ର ବିଜେଡି ପ୍ରାର୍ଥୀ ହୋଇପାରନ୍ତି । ଏନେଇ ଦଳରେ ଚୁଡାନ୍ତ ନିଷ୍ପତ୍ତି ହୋଇଥିବା ବେଳେ  କେବଳ ଘୋଷଣା ବାକି ରହିଛି ବୋଲି ସୂଚନା ମିଳୁଛି । ନୂଆପଡା ଜିଲାର ପୂର୍ବତନ ସଭାପତି ଥିଲେ ମନୋଜ ମିଶ୍ର । ୨୦୨୪ ସାଧାରଣ ନିର୍ବାଚନ ସମୟରେ ସେ ଜିଲା ସଭାପତି ଦାୟିତ୍ୱ ତୁଲାଇଥିଲେ । ବର୍ତ୍ତମାନ ସେ ବିଜେଡିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ପୂର୍ବରୁ ଦୁଇ ଥର କୋମନା ବ୍ଲକର ଅଧ୍ୟକ୍ଷ ହୋଇଥିଲେ ମନୋଜ । ଜୟ ଢୋଲକିଆ ବିଜେଡିକୁ ଝଟକା ଦେବା ପରେ ମନୋଜଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories