www.samajalive.in
Saturday, December 6, 2025
14.1 C
Bhubaneswar

ନୂଆଁଖାଇ ଆମ ପରିଚୟ ଓ ସଂସ୍କୃତିର ପ୍ରତୀକ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ‘ନୂଆଁଖାଇ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ଭାଷାରେ ଏକ ଭିଡିଓ ବାର୍ତ୍ତା ଜାରୀ କରି ରାଜ୍ୟବାସୀଙ୍କୁ ଏହି ପବିତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଇ ଓ ସମସ୍ତ ଆରାଧ୍ୟା ଦେବୀଙ୍କୁ ପ୍ରଣାମ ଜଣାଇ ଭିଡିଓ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି, ନୂଆଁଖାଇ ହେଉଛି ପରିବାର ଏବଂ ସମାଜ ଭିତରେ ସ୍ନେହ, ଶ୍ରଦ୍ଧା ସହ ଭାଇଚାରା ବଢାଇବାର ଅବସର । ପରିବାର ମଜବୁତ୍ ହେଲେ ସମାଜ ମଜବୁତ୍ ହେବ ଏବଂ ସମାଜ ମଜବୁତ୍ ହେଲେ ଦେଶ ମଜବୁତ ହେବ ଓ ଆଗକୁ ବଢ଼ିବ । ତେଣୁ ନୂଆଁଖାଇରେ ଦେଶକୁ ମଜବୁତ୍ କରିବା ପାଇଁ ସମସ୍ତେ ସଂକଳ୍ପ କରିବା ଦରକାର । ନୂଆଁଖାଇ ଆମର ପରିଚୟ ଓ ଆମର ସଂସ୍କୃତିର ପ୍ରତୀକ । ତେଣୁ ଏହି ପବିତ୍ର ଦିବସର ଭାଇଚାରା ବଢ଼ାଇବାର ସନ୍ଦେଶକୁ ବ୍ୟାପକ କରି ସୁନ୍ଦର ସମାଜ ତିଆରି କରିବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।


କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏ ସମୟ ହେଉଛି ସମସ୍ତେ ମିଳିମିଶି କରି ଦେଶର ଚାଷ ଏବଂ ଚାଷୀର ଅବସ୍ଥାକୁ ମଜବୁତ୍ କରିବାର ସମୟ । ମହାପ୍ରଭୁ ଓ ଆରାଧ୍ୟା ଦେବୀ ମାଆ ମାନଙ୍କ ଶୁଭ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ । ନୂଆଁଖାଇ ସମସ୍ତଙ୍କ ଜୀବନରେ ଓ ପରିବାରରେ ଶାନ୍ତି, ସମୃଦ୍ଧି ସହ ଖୁସି ଏବଂ ଆନନ୍ଦ ଆଣିଦେଉ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories