ଜୀବନରେ ଆଳସ୍ୟକୁ ବ୍ୟକ୍ତିଙ୍କ ସବୁଠାରୁ ବଡ ଶତ୍ରୁ ବୋଲି କୁହାଯାଏ। ଆଳସ୍ୟ କାରଣରୁ ହିଁ ବ୍ୟକ୍ତିଙ୍କ ହାତକୁ ଆସିଥିବା ସଫଳତା ମିଳିପାରି ନଥାଏ। ଏହି କାରଣରୁ ହିଁ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ଆଳସ୍ୟ ଠାରୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦେଇଥାଆନ୍ତି। କୁହାଯାଏ ଆପଣ ଯେତେ ଆଳସ୍ୟ କରିବେ, ଭାଗ୍ୟ ମଧ୍ୟ ସେତେ ଅଳସୁଆ ହୋଇଥାଏ। ତେବେ ସଫଳତା ପ୍ରାପ୍ତିର ୫ଟି ଉପାୟ ଜାଣନ୍ତୁ..
ନିଦ, କ୍ରୋଧ, ଭୟ , ଆଳସ୍ୟ ଓ କାମରେ ବିଳମ୍ବ କରିବାର ଅଭ୍ୟାସ ଆଦିକୁ ନିଜ ଠାରୁ ଦୂର କଲେ ସଫଳତା ମିଳିଥାଏ।
ମନୁଷ୍ୟ ନିଜ ଜୀବନରେ ଯେକୌଣସି ଲକ୍ଷ୍ୟକୁ ପ୍ରାପ୍ତି କରିବାରେ ଆଳସ୍ୟ ସର୍ବଦା ବାଧା ଦେଇଥାଏ। ଆଳସ୍ୟ କାରଣରୁ ହିଁ ବ୍ୟକ୍ତିଙ୍କ କାମ ସଠିକ ସମୟରେ ହୋଇପାରି ନଥାଏ। ସଫଳତା ଦୂରେଇ ଯାଇଥାଏ।
ସମସ୍ତ ସଫଳ ବ୍ୟକ୍ତିଙ୍କ ସଫଳତାର ମୁଖ୍ୟ କାରଣ ନିଦ ଉପରେ ନିୟନ୍ତ୍ରଣ ବୋଲି କୁହାଯାଏ। ଆଖିରେ ବଡ ସ୍ୱପ୍ନ ଥିଲେ ନିଦ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଧିକ ସମୟ ଯାଏଁ ଶୋଇ କରି ରୁହନ୍ତୁ ନାହିଁ। ଆବଶ୍ୟକ ପରିମାଣରେ ହିଁ ଶୁଅନ୍ତୁ।
ଆଳସ୍ୟର ବଶବର୍ତ୍ତୀ ହେଲେ ରୋଗଗ୍ରସ୍ତ ହୋଇଥାଆନ୍ତି। ଶରୀର ଅସୁସ୍ଥ ରହିଲେ କାର୍ଯ୍ୟ କରିବାର ଆଗ୍ରହ ହ୍ରାସ ପାଇଥାଏ। ସଫଳତା ମିଳିପାରିନଥାଏ। ଫଳରେ ଶାରୀରିକ ସହ ମାନସିକ ଅଶାନ୍ତି ବୃଦ୍ଧି ପାଇଥାଏ।
ମନୁଷ୍ୟର ସବୁଠାରୁ ବଡ ଶତ୍ରୁ ; ଆଳସ୍ୟ
Popular Categories



