www.samajalive.in
Sunday, December 7, 2025
14.1 C
Bhubaneswar

ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ନୂଆଁଖାଇ ସମ୍ମାନ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ସ୍କୁଲ ଓ କଲେଜସ୍ତରୀୟ ଏକକ ହାସ୍ୟ ଅଭିନୟ ଓ ସମ୍ବଲପୁରୀ ଗୀତ ଗାୟନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ. ପରେଶ ଚନ୍ଦ୍ର ଦାନୀ ସ୍ୱାଗତ ଜଣାଇବା ସହିତ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ଏକକ ହାସ୍ୟ ଅଭିନୟରେ ସ୍କୁଲ ସ୍ତରରେ ବୁଢ଼ାରଜା ହାଇସ୍କୁଲ ପ୍ରଥମ, ବୁଢ଼ାରଜା ବାଳିକା ବିଦ୍ୟାଳୟର ରାକ୍ଷୀ ଶର୍ମା ଦ୍ୱିତୀୟ ଏବଂ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟର ତନୁଜା ଦାଶ ଓ କ୍ଷେତରାଜପୁର ବାଳିକା ବିଦ୍ୟାଳୟର ଅଙ୍କିତା ଛୁରିଆ ଯୁଗ୍ମ ତୃତୀୟ ହୋଇଛନ୍ତି । କଲେଜସ୍ତରୀୟ ପ୍ରତିଯୋଗିତାରେ ବିକାଶ ସ୍କୁଲର ପ୍ରିୟାଂଶୁ ପ୍ରଧାନ ଓ ଶାଶ୍ୱତ ସ୍ୱରୂପ ମିଶ୍ର ଯୁଗ୍ମ ପ୍ରଥମ, ଆଞ୍ଚଳ ନାୟକ ଦ୍ୱିତୀୟ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପୀୟୁଷ ଠାକୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିଚାରକ ରୂପେ ଡ. ଶ୍ୟାମସୁନ୍ଦର ଧର, ସତ୍ୟ ରଞ୍ଜନ ବେହେରା, ସଂଯୁକ୍ତା ପଣ୍ଡା ଓ ରମେଶ ପାଢ଼ୀ ଯୋଗ ଦେଇଥିଲେ । ସେହିଭଳି ସମ୍ବଲପୁରୀ ଗୀତ ଗାୟନ ପ୍ରତିଯୋଗିତାରେ ଅରବିନ୍ଦ ସ୍କୁଲର ଶ୍ରଦ୍ଧା ମିଶ୍ର ପ୍ରଥମ, ସେଣ୍ଟ ଜନ ସ୍କୁଲର ପ୍ରକୃତି ପଣ୍ଡା ଦ୍ୱିତୀୟ ଏବଂ ଅରବିନ୍ଦ ସ୍କୁଲର ଚିନ୍ମୟୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କଲେଜସ୍ତରୀୟ ପ୍ରତିଯୋଗିତାରେ ମହିଳା ମହାବିଦ୍ୟାଳୟର ରୁବି ପ୍ରଧାନ ପ୍ରଥମ, ସୁଜାତା ଓରାମ ଦ୍ୱିତୀୟ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସୌମ୍ୟା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିଚାରକ ରୂପେ ବିଭୁତି ଭୂଷଣ ପଟ୍ଟନାୟକ, ଲୋକନାଥ ଦୋରା, ସନ୍ତୋଷ ମିଶ୍ର ଓ ତ୍ରିଲୋଚନ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

ସମ୍ବଲପୁରୀ ଭାଷାରେ ପ୍ରଥମ ସିନେମା ‘ଭୁଖା’ର ନିର୍ଦ୍ଦେଶକ ଓ ପ୍ରଯୋଜକ ତଥା ବିଶିଷ୍ଟ ସମ୍ବଲପୁରୀ, ଓଡିଆ ଓ ହିନ୍ଦୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ଚଳିତ ବର୍ଷର ନୂଆଁଖାଇ ସମ୍ମାନ ପ୍ରଦାନ କରାଯିବ । ଏଥିସହ ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ଓ ସୁନ୍ଦରଗଡ ଜିଲାର ସଫଳ ଚାଷୀ ସୁରଥରାମ କିଷାନଙ୍କୁ ମଧ୍ୟ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସମ୍ପାଦକ ଦୀନବନ୍ଧୁ ପଣ୍ଡା, ଅଶୋକ ମିଶ୍ର, ହରି ଶଙ୍କର ପଣ୍ଡା, କୈଳାସ ମିସ୍ତ୍ରୀ, କୃଷ୍ଣଚନ୍ଦ୍ର ବାଗ, କମଳ ଲୋଚନ ପଣ୍ଡା, ଦିଲୀପ ବଘାର, ଲଳିତ ବେବର୍ତ୍ତା ଓ ରାମାନୁଜ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories