www.samajalive.in
Saturday, December 6, 2025
17.1 C
Bhubaneswar

ମାଣିକେଶ୍ବରୀଙ୍କ ପୀଠରେ ନୂଆଁଖାଇ ସମ୍ପନ୍ନ

ଭବାନୀପାଟଣା: ମାଁ ମାଣିକେଶ୍ବରୀଙ୍କ ପୀଠସ୍ଥଳୀ ଭବାନୀପାଟଣାରେ ଶୁକ୍ରବାର ନୂଆଁଖାଇ ସମ୍ପନ୍ନ ହୋଇଛି। ସକାଳ ୮ ଟା ୨୫ ମିନିଟରୁ ୯ ଟା ୧୫ ମିନିଟ ମଧ୍ୟରେ ମାଁ ଙ୍କ ନିକଟରେ ନବାନ୍ନ ଲାଗି କରାଯିବା ପରେ ଦିନ ୧୦ ଟା ୩ ମିନିଟରୁ ୧୨ ଟା ୩୬ ମିନିଟ ମଧ୍ୟରେ ସହରବାସୀ ନୂଆଁ ଖାଇଥିଲେ। ମନ୍ଦିରରୁ ନୂଆଁ ଭୋଗ ନେବାପାଇଁ ତଥା ନୂଆଁ ଖାଇସାରିବା ପରେ ମାଁ ମାଣିକେଶ୍ବରୀଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଥିଲା। ବାଲାଜୀ ମନ୍ଦିରରେ ନେଗୀ ପରିବାର ସମେତ ବିଭିନ୍ନ ସ୍ଥାନରେ ଭରଦ୍ୱାଜ ପରିବାର, ବେହେରା ପରିବାର, ପଣ୍ଡା ପରିବାର ସାମୁହିକ ନୂଆଁ ଖାଇଥିଲେ। ସନ୍ଧ୍ୟାରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏଥିସହିତ ମାଁ ମାଣିକେଶ୍ବରୀଙ୍କ ଅନ୍ୟତମ ପୀଠ ଥୁଆମୂଲ୍ ରାମପୁର ସମେତ ଜୟପାଟଣା, ମହୁଲପାଟଣା, କର୍ଲାପାଟ, ଲାଞ୍ଜିଗଡ଼, ମଦନପୁର, ରାମପୁର, ଦାଦପୂର୍ ପ୍ରଭୃତି ଅଞ୍ଚଳରେ ମଧ୍ୟ ଆନନ୍ଦ ଉଲ୍ଲାସର ସହିତ ନୂଆଁଖାଇ ପାଳିତ ହୋଇଛି। ଏସବୁ ଅଞ୍ଚଳରେ ଗଡ଼଼ଜାତ ଅମଳରୁ ଭାଦ୍ରବ ଶୁକ୍ଳପକ୍ଷ ଦଶମୀ ତିଥିରେ ନୂଆଁଖାଇବାର ପରମ୍ପରା ପାଳିତ ହେଉଛି।
ତେବେ କଳାହାଣ୍ଡିରେ ଏତିକିରେ ନୂଆଁଖାଇ ଶେଷ ହେଇନାହିଁ। ଆଶ୍ୱିନ ଶୁକ୍ଳପକ୍ଷ ମହାନବମୀ ତିଥିରେ ମାଁ ମାଣିକେଶ୍ବରୀ ନିଜେ ନବାନ୍ନ ଭକ୍ଷଣ କରିଥାନ୍ତି। ଛତର ବିଜୟ ଯାତ୍ରା ଦିନ ଜେନାଖାଲରୁ ମନ୍ଦିରକୁ ମାଁଙ୍କ ପ୍ରତୀକ ଛତର ପ୍ରତ୍ୟାବର୍ତ୍ତନ ପରେ ମାଁ ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗିହେବ। ପରେ ମାଁ ନିଜେ ନବାନ୍ନ ଖାଇବା ସହିତ କଳାହାଣ୍ଡି ରାଜ ପରିବାର ତଥା ବାବୁ ପରିବାର ନୂଆଁ ଖାଇବାର ବିଧି ରହିଛି। ସେହି ଅନୁଯାୟୀ ଆସନ୍ତା ଅକ୍ଟୋବର ୧୧ ତାରିଖ ମହାନବମୀ ତିଥିରେ କଳାହାଣ୍ଡିରେ ନୂଆଁଖାଇ ଶେଷ ହେବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories