www.samajalive.in
Saturday, December 6, 2025
14.1 C
Bhubaneswar

ଯାଦବ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ

ସମ୍ବଲପୁର: ସମ୍ବଲପୁର ଜିଲା ଯାଦବ ସଂଘ ପକ୍ଷରୁ ଚଳିତ ବର୍ଷର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରବିବାର ସ୍ଥାନୀୟ ଜିଲା ପ୍ରେକ୍ଷାଳୟ ତପସ୍ୱିନୀଠାରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ସମ୍ମାନିତ ଅତିଥି ରୂପେ ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ବିଧାୟକ ବାଗ କହିଥିଲେ ଯେ, ଗତ ନିର୍ବାଚନରେ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା ଘୋଷଣା ହେବା ପରେ ମୋ ସାଥୀରେ ରହିଥିବା ଅନେକ ସରପଞ୍ଚ, ସମିତି ସଦସ୍ୟଙ୍କଠାରୁ ଆରମ୍ଭ କରି ଦଳୀୟ କାର୍ଯ୍ୟକର୍ତ୍ତାମାନେ ପ୍ରଥମେ ହତାଶ ହୋଇଯାଇଥିଲେ । ଯାଦବ ଭାଇମାନେ କିନ୍ତୁ ଧୈର୍ଯ୍ୟ ହରା ନ ହୋଇ ସାହସ ଦେଇଥିଲେ । ଯାଦବ ସମାଜ ଏକାଠି ହେବା ଯୋଗୁ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ନବୀନ ପଟ୍ଟନାୟକଙ୍କୁ ପରାଜିତ କରିବା ସମ୍ଭବ ହୋଇଥିଲା । ଏକାଠି ହେଲେ ସବୁ ଅସମ୍ଭବକୁ ସମ୍ଭବ କରିହେବ । ଯାଦବମାନଙ୍କୁ ପରସ୍ପରର ଅସୁବିଧା ସମୟରେ ଛିଡା ହେବା ଏବଂ ସମସ୍ୟାର ମିଳିତ ମୁକାବିଲା ଓ ସମାଧାନ କରିବାକୁ ବିଧାୟକ ବାଗ କହିଥିଲେ । ସମ୍ବଲପୁର ଜିଲା ଯାଦବ ସଂଘ ସଭାପତି ଭୋଲାଶଙ୍କର ମହତମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ପଦ୍ମଶ୍ରୀ ହଳଧର ନାଗ କହିଥିଲେ ଯେ, ଭଗବାନ କୃଷ୍ଣ ପ୍ରେମର ଅବତାର ଥିଲେ। କୃଷ୍ଣଙ୍କଠାରେ ସମସ୍ତଙ୍କ ପାଇଁ ଅଲଗା ଅଲଗା ପ୍ରେମ ରହିଥିଲା । କୃଷ୍ଣଙ୍କ ପଥରେ ଅନୁସରଣ କରି ଆମେ ସମସ୍ତଙ୍କୁ ଭଲ ପାଇବା ଉଚିତ । ଭଗବାନ କୃଷ୍ଣ ସବୁବେଳେ ଭଲ କର୍ମ କରିବାକୁ କହିଛନ୍ତି । ଯିଏ ଯେଉଁ କର୍ମ କରୁଛନ୍ତି, ତାହାକୁ ଭଲ ଭାବରେ କରିବାକୁ ହେବ । ଏଥି ସହ ଯାଦବମାନଙ୍କୁ ଏକତାର ପରିଚୟ ଦେବା ପାଇଁ ନିଜ ନାମ ସହିତ ଯାଦବ ଶବ୍ଦ ଯୋଡିବାକୁ ପଦ୍ମଶ୍ରୀ ନାଗ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ରୂପେ ଧର୍ମଗଡ କଲେଜର ବରିଷ୍ଠ ଅଧ୍ୟାପକ ମାଧବ ଲହଜଲ ଯୋଗଦେଇ ଯାଦବମାନଙ୍କୁ ସଂଘଠିତ ହେବା, ଜୀବନରେ ଭଲ କାମ କରିବା ଏବଂ ନିଜ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଶିବ ଶମ୍ଭୁ ଯାଦବଙ୍କୁ ଯାଦବଶ୍ରୀ ସମ୍ମାନ ଦିଆଯିବା ସହିତ ମେଧାବୀ ଛାତ୍ରଛାତ୍ରୀ ଓ ସେମାନଙ୍କର ପିତାମାତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଲକ୍ଷ୍ମୀ ପ୍ରସାଦ ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ସଂଘର ସମ୍ପାଦକ ହେମନ୍ତ ଗହୀର ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଉପସଭାପତି ରାମଚନ୍ଦ୍ର ପୋଢ଼ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥଲେ। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ପରାମର୍ଶଦାତା କୃଷ୍ଣଚନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories