ଟଙ୍କା ଲୁଟ୍ ବେଳେ ପୋଡିଗଲା ଏଟିଏମ୍
ଫେରାର ସମୟରେ ଲୁଟେରାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ସମ୍ବଲପୁର: ସମ୍ବଲପୁର ଜିଲା ସ୍ଥାନୀୟ ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେରେ ଥିବା ପେଟ୍ରୋଲ ପମ୍ପ ନିକଟସ୍ଥ ଏସବିଆଇର ଏଟିଏମରୁ ଲୁଟ୍ ଉଦ୍ୟମ। ଶନିବାର ବିଳମ୍ବିତ ରାତ୍ରିରେ ଲୁଟେରାମାନେ ଲୁଟି ନେଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଭାଲୁପାଲି ଛକ ଠାରେ ଥିବା ଏଟିଏମକୁ ଗତକାଲି ବିଳମ୍ବିତ ରାତ୍ରି ୪ ରୁ ୫ ଜଣ ଲୁଟେରା ଏକ କାରରେ (ମାରୁତି ବଲେନୋ) ଗ୍ୟାସ କଟର ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଆସିଥିଲେ। ନିଛାଟିଆ ଦେଖି ଲୁଟେରାମାନେ ଉକ୍ତ ଏଟିଏମକୁ ଗ୍ୟାସ କଟର ସାହାଯ୍ୟରେ କାଟିଥିଲେ। ଗ୍ୟାସ କଟରରେ କାଟିବା ସହିତ ଏଟିଏମ ସମେତ ଉକ୍ତ କୋଠରୀରେ ମଧ୍ୟ। ନିଆଁ ଲାଗିଯାଇଥିଲା। ଫଳରେ ଏଟିଏମର ଟ୍ରେ ଗୁଡିକରେ ଥିବା ଅନେକ ଟଙ୍କା ପୋଡି ପାଉଁଶ ହୋଇଛି। ଲୁଟେରା ହୋଇଥିଲା। ତେବେ ଲୁଟେରା ମାନେ ଗାଡି ଛାଡି ଫେରାର ହୋଇଯାଇଥିବା। ପୁଲିସ ସୂଚନା ଦେଇଛି। ଏହି ସମୟରେ ଗାଡିରୁ ଅନେକ ନମ୍ବର ପ୍ଲେଟ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଲୁଟ ହୋଇଥିବା ଏଟିଏମରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରହିଥିବାର କୁହାଯାଉଛି।
Comments are closed.