Patra electronics

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଓଡ଼ିଶା ସରକାରଙ୍କ ” ନୂଆ – ଓ” ପକ୍ଷରୁ ନିଆ ହୋଇଥିବା ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଭାଷା ବିଜ୍ଞାନ ପକ୍ଷରୁ ଦକ୍ଷିଣ ଓଡ଼ିଶାର ଭାଷା ସମ୍ପର୍କିତ ଆନ୍ତର୍ଜାତିକ ସ୍ତରର ଏକ ଆଲୋଚନାଚକ୍ର ଓଡ଼ିଆ ଭାଷାର ଭାଷାତାତ୍ତ୍ବିକ ବିଶ୍ଳେଷଣ ଶୀର୍ଷକ ଉପରେ ଆୟୋଜନ କରାଯାଇଥିଲା । ସଭାରେ ସ୍ନାତକୋତ୍ତର ପରିଷଦର ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଅତିଥି ଭାବେ ଯୋଗ ଦେଇଥିବାବେଳେ ଏହାକୁ ସଂଯୋଜନା କରିଥିଲେ ଇତିହାସ ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ସଦାନନ୍ଦ ନାୟକ।

ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆନ ଲIଙ୍ଗୁଏଜେସର ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ବାଗ ଯୋଗ ଦେଇ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ଅନୁବାଦ କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ଉପରେ ଆଲୋଚନା କରିଥିଲେ । ଶେଷରେ ସ୍ନାତକୋତ୍ତର ଭାଷା ବିଜ୍ଞାନର ଅଧ୍ୟାପକ ଡକ୍ଟର ମେଣ୍ଡମ ବାପୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।  ଭାଷା ବିଜ୍ଞାନର ସମସ୍ତ ଶିକ୍ଷକଙ୍କ ସହିତ ଅନେକ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଏଥିରେ ଉପସ୍ଥିତ ଥିଲେ । ଏହି ଅବସରରେ ସନ୍ଧ୍ୟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ କଳା ସଂସ୍କୃତି ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.