www.samajalive.in
Wednesday, December 10, 2025
16.1 C
Bhubaneswar

ଫନି ପ୍ରଭାବିତ ଅଞ୍ଚଳରେ ଏନ୍‍ଟିପିସିର ସହାୟତା

ଭୁବନେଶ୍ବର :  ବାତ୍ୟା ଫନି ପ୍ରଭାବିତ ଅଞ୍ଚଳରେ ରିଲିଫ୍‍, ଥଇଥାନ ଓ ପୁନଃନିର୍ମାଣ କାର୍ଯ୍ୟରେ ଜାତୀୟ ତାପଜ ବିଦ୍ୟୁତ୍‍ ନିଗମ (ଏନ୍‍ଟିପିସି) ସହଯୋଗର ହାତ ବଢ଼ାଇଛି । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍‍ ସେବାକୁ ସ୍ୱାଭାବିକ କରିବା ପାଇଁ ଏନ୍‍ଟିପିସି ପକ୍ଷରୁ ୯୫୦ ଜଣ କୁଶଳୀ ବିଦ୍ୟୁତ୍‍ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି, ଯେଉଁମାନେ ସେସୁ କର୍ମଚାରୀଙ୍କୁ ସହାୟତା କରୁଛନ୍ତି।

- Advertisement -

ସେହିପରି ଏନ୍‍ଟିପିସିର ଭ୍ରାମ୍ୟମାଣ ଡାକ୍ତରୀ ରିଲିଫ୍‍ କ୍ୟାମ୍ପ ପୁରୀ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ହୋଇଯାଇଛି । ଏଥିରେ ପ୍ରାୟ ୫ ହଜାର
୫୦୦ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ଏନ୍‍ଟିପିସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଗୁର୍‍ଦୀପ ସିଂହ ଏବଂ କେନ୍ଦ୍ର ଶକ୍ତି ସଚିବ ଏ.କେ. ଭାଲ୍ଲା ଭୁବନେଶ୍ୱର ଏବଂ ପୁରୀର ବିଭିନ୍ନ ଅଞ୍ଚଳର ଗସ୍ତ କରି ବାତ୍ୟା ପରବର୍ତ୍ତୀ ସମୟରେ ବିଦ୍ୟୁତ୍‍ ସଂଯୋଗ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର ଏବଂ ପ୍ରମୁଖ ଶାସନ ସଚିବଙ୍କ ସହ ବିଦ୍ୟୁତ୍‍ ଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି। ସେହିପରି ଶ୍ରୀ ସିଂହ ଏବଂ ଏନ୍‍ଟିପିସିର ବରିଷ୍ଠ ଅଧିକାରୀମାନେ ଭୁବନେଶ୍ୱରଠାରେ ଦୀନ୍‍ଦୟାଲ୍‍ ଉପାଦ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା ଏବଂ ସୌଭାଗ୍ୟ ଯୋଜନାର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି।
ସେହିପରି ରାଜ୍ୟ ଶକ୍ତିସଚିବ ହେମନ୍ତ ଶର୍ମା ଓ ବରିଷ୍ଠ ଅଧିକାରୀମାନେ ଓପିଟିସିଏଲ୍‍ର ଦୀଘାଳୋ, ବାଲିଘାଇ, ବାଲିଗୁଆଳି ଓ ତାଳବଣିଆଠାରେ ଥିବା ସବଷ୍ଟେସନ୍‍ ପରିଦର୍ଶନ କରିବା ସହ କ୍ଷୟକ୍ଷତି ଏବଂ ପୁନଃବିଦ୍ୟୁତ୍‍ ସଂଯୋଗ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories