ଡେସ୍କ: ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ତଥା ନିରାପତ୍ତା ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ ପାଇଁ ଓଡିଶା ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ସ୍ୱତନ୍ତ୍ର ବାଟାଲିୟନ ସୃଷ୍ଟି ହେବା ସହିତ ଏଥିଲାଗି ୧ ହଜାର ୮୩ଟି ପଦବୀ ସୃଷ୍ଟି ହେବ। ଏହି ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ପୁରୀ ପୁଲିସ ଅଧୀକ୍ଷକଙ୍କ ନିୟନ୍ତ୍ରଣରେ କାର୍ଯ୍ୟ କରିବ।
ପୁରୀରେ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ସୃଷ୍ଟି ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୂର୍ବରୁ ସିଂହଦ୍ୱାର ପୁଲିସ ଷ୍ଟେସନ ଅଧୀନରେ ସୃଷ୍ଟି ହୋଇଥିବା ୧୩୯ଟି ସଶସ୍ତ୍ର ପୁଲିସ ବଳ ପଦବୀକୁ ରଦ୍ଦ କରାଯାଇଛି। ନୂତନ ଭାବେ ସୃଷ୍ଟି ହୋଇଥିବା ପଦବୀଗୁଡିକ ରାଜ୍ୟ ନିଯୁକ୍ତି ନିୟମ ଏବଂ ଓଆରଭି ଆକ୍ଟ ଅନୁଯାୟୀ ପୂରଣ ହେବ। ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ପାଇଁ ଗ୍ରୁପ୍ ଡି କର୍ମଚାରୀଙ୍କ ବିଭିନ୍ନ ସେବାକୁ ଆଉଟସୋର୍ସିଂ ପାଇଁ ନୀତିଗତ ଅନୁମୋଦନ ଦିଆଯାଇଛି।
ବଜେଟକୁ ନେଇ ରାଜନେତାଙ୍କ ପ୍ରତିକ୍ରିୟା: ଅଖିଳେଶ କହିଲେ ବିଜେପିର ଏହା ବିଦାୟ ବଜେଟ



