www.samajalive.in
Saturday, December 6, 2025
15.1 C
Bhubaneswar

ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ନୋଟିସ୍‌

ମୁମ୍ବଇ: ବଲିଉଡ଼ ଅଭିନେତା ଶାହରୁଖ ଖାନ୍‌, ଅଜୟ ଦେବଗନ ଓ ଟାଇଗର ଶ୍ରଫ୍‌ଙ୍କୁ ପାନ ମସଲା ବିଜ୍ଞାପନ କରିବା ମହଙ୍ଗା ପଡ଼ିଛି। ତିନି ଜଣଙ୍କ ବିରୋଧରେ ଖାଉଟି ଅଦାଲତରେ ଅଭିଯୋଗ ହୋଇଛି। ନିକଟରେ କୋଟାର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ବଲିଉଡ଼ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫ୍‌ଙ୍କ ବିରୋଧରେ କୋଟା ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ, ଅଭିନେତାମାନେ କେଶରଯୁକ୍ତ ପାନ ମସଲାର ବିଜ୍ଞାପନ କରି ଯୁବବର୍ଗଙ୍କୁ ଧୋକା ଦେଉଛନ୍ତି। ତିନି ବଲିଉଡ଼ ସେଲିବ୍ରିଟି ଏବଂ ଉତ୍ପାଦ ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ଆୟୋଗ ମାମଲା ରୁଜୁ କରିଛି ଏବଂ ଏପ୍ରିଲ ୨୧ସୁଦ୍ଧା ଏହାର ଜବାବ ମାଗିଛନ୍ତି।

ଅଭିଯୋଗକାରୀଙ୍କ ଓକିଲ ବିବେକ ନନ୍ଦୱାନା କହିଛନ୍ତି ଯେ, ସାମାଜିକ କାର୍ଯ୍ୟକର୍ତ୍ତା ଇନ୍ଦର ମୋହନ ସିଂହ ହାନି ଅଭିଯୋଗ କରିଥିଲେ, ଯେଉଁଥିରେ କୁହାଯାଇଥିଲା, ଯୁବବର୍ଗ ବଲିଉଡ ତାରକାଙ୍କୁ ନିଜ ଆଦର୍ଶ ବୋଲି ଭାବନ୍ତି। ଅଭିଯୋଗକାରୀ କହିଛନ୍ତି ଯେ, ଏହି ଅଭିନେତାମାନେ ଏଭଳି ପ୍ରଡକ୍ଟର ପ୍ରଚାର କରି ଯୁବବର୍ଗଙ୍କୁ ଧୋକା ଦେଉଛନ୍ତି, ଯାହାର ଲେବଲରେ କେଶର ଅଛି ବୋଲି ଦାବି କରାଯାଇଛି, କିନ୍ତୁ ବାସ୍ତବରେ ଏଥିରେ କେଶର ନାହିଁ ଏବଂ ଏହା କିଲୋଗ୍ରାମ ପିଛା ପ୍ରାୟ ୪ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ଅଭିଯୋଗ ଉପରେ ଆୟୋଗର ଅଧ୍ୟକ୍ଷ ଅନୁରାଗ ଗୌତମ ଏବଂ ସଦସ୍ୟ ବିରେନ୍ଦ୍ର ସିଂହ ରାୱତ ୨୧ ଫେବୃଆରୀ ୨୦୨୫ରେ ଖାଉଟି ଅଦାଲତରେ ହାଜର ହେବା ପାଇଁ ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫ ଏବଂ ବିମଲ ପାନ ମସାଲା ନିର୍ମାତାଙ୍କୁ ନୋଟିସ୍ ଜାରି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories