www.samajalive.in
Saturday, December 6, 2025
23.1 C
Bhubaneswar

ଜୁନରେ ଏସିଆ କପ୍‍ ଖେଳିବା ସମ୍ଭବ ନୁହେଁ: ଶ୍ରୀଲଙ୍କା କ୍ରିକେଟ ମୁଖ୍ୟ

କଲମ୍ବୋ: କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ଜନିତ ଭୟଙ୍କର ପରିସ୍ଥିତିରେ ଆଗାମୀ ଜୁନ୍‍ ମାସରେ ଏସିଆ କପ୍‍ ଖେଳିବା ସମ୍ଭବ ନୁହେଁ ବୋଲି ଶ୍ରୀଲଙ୍କା କ୍ରିକେଟ ମୁଖ୍ୟ ଆଶଲେ ଡି ସିଲଭା କହିଛନ୍ତି। ସେ କହିଛନ୍ତି, ଏସିଆ କପ୍‍ ଆୟୋଜନ ଅଧିକାର ଶ୍ରୀଲଙ୍କାକୁ ମିଳିଥିଲା। ଗତବର୍ଷ ଏହି ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ କୋଭିଡ-୧୯ ସଂକ୍ରମଣ କାରଣରୁ ବନ୍ଦ ରଖାଯାଇଥିଲା। ଚଳିତ ବର୍ଷ ମଧ୍ୟ ଏହାର ଆୟୋଜନ ଅସମ୍ଭବ ହୋଇପଡିଛି। ସୂଚନାଯୋଗ୍ୟ ଯେ ୨୦୨୨ ଏସିଆ କପ୍‍ ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଛି।
ଟି୨୦ ବିଶ୍ପକପ୍‍ ପୂର୍ବରୁ ଏସିଆ କପ୍‍ ଆୟୋଜନ କାର୍ଯ୍ୟକ୍ରମ ରହିଥିଲା। ଟି୨୦ ବିଶ୍ୱକପ୍‍ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ଆୟୋଜନ କାର୍ଯ୍ୟକ୍ରମ ରହିଛି। ତେବେ ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରୁ ଶ୍ରୀଲଙ୍କାରେ ଚଳିତ ବର୍ଷ ଜୁନରେ ଏସିଆ କପ୍‍ ଆୟୋଜନ ସମ୍ଭବ ନୁହେଁ ବୋଲି ଡି ସିଲଭା ବୁଧବାର ଗଣମାଧ୍ୟମ ନିକଟରେ କହିଛନ୍ତି। ଏସିଆ କପ୍‍ ଶେଷଥର ପାଇଁ ୨୦୧୮ରେ ଖେଳାଯାଇଥିଲା। ସେହିବର୍ଷ ୟୁଏଁଇ ଏହି ୫୦ ଓଭର ଟୁର୍ଣ୍ଣାମେଣ୍ଟ ଦୁବାଇ ଓ ଆବୁଧାବିରେ ଆୟୋଜନ କରିଥିଲା। ସେଥିରେ ଫାଇନାଲ ମ୍ୟାଚରେ ବାଂଲାଦେଶକୁ ୩ ୱିକେଟରେ ପରାସ୍ତ କରି ଭାରତ ଚମ୍ପିଆନ ହୋଇଥିଲା।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories