ନୂଆଦିଲ୍ଲୀ: ଦେଶରେ ସଂପ୍ରତି କୋଭିଡ ମୁକାବିଲା ପାଇଁ ଦିଆଯାଉଥିବା ଗୋଟିଏ ହେଲେ ଟିକା ଶତ ପ୍ରତିଶତ ସୁରକ୍ଷା ଦେଇପାରିବ ନାହିଁ। ସେଥିପାଇଁ ବୁଷ୍ଟର ଟିକାର ଆବଶ୍ୟକତା ରହିଛି କି ନାହିଁ ତାହା ଉପରେ ଅନୁଧ୍ୟାନ କରାଯାଉଥିବା କହିଛନ୍ତି ନିତି ଆୟୋଗର ସଦସ୍ୟ ଭି କେ ପଲ୍। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି ଶ୍ରୀ ପଲ୍ କହିଛନ୍ତି, ଏକ ବୁଷ୍ଟର ପାନର ଆବଶ୍ୟକତା ସଂପର୍କରେ ଏବେ ଅଧିକ ଅନୁଧ୍ୟାନ କରାଯାଉଛି। ଏହାର ନିଷ୍କର୍ସ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ। ଟିକାକରଣ ଅଭିଯାନରେ ସରକାର ପ୍ରତ୍ୟେକଙ୍କୁ ଏକ ନିର୍ଦ୍ଦିଷ୍ଟ ରୋଗ ପାଇଁ ଟିକା ଦେବାକୁ ଚାହାନ୍ତି। ଯଦି ସେ କ୍ଷେତ୍ରରେ ବୁଷ୍ଟର ପାନ ଆବଶ୍ୟକ ହୁଏ, ତେବେ ତାହା ଜଣାଇ ଦିଆଯିବ। ତେବେ ସାଂପ୍ରତିକ ପରିସ୍ଥିତିରେ ଜନସାଧାରଣ ଦୁଇପାନ ଟିକା ନେବା ସହିତ କୋଭିଡ ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରିବା ଆବଶ୍ୟକ। ଏହାଦ୍ୱାରା ସେମାନେ ଭୟାନକ ରୋଗରୁ ସୁରକ୍ଷିତ ରହିପାରିବେ, କିନ୍ତୁ ସେଥିପାଇଁ ସତର୍କ ରହିବାକୁ ପଡିବ, କାରଣ ଟିକାର ପ୍ରଭାବୀ ଗୁଣ ୧୦୦% ନୁହେଁ।
Popular Categories



