www.samajalive.in
Monday, December 15, 2025
27.1 C
Bhubaneswar

ନୋକିଆ ପୁଣି ଆଣିଲା ନିଜ ଲୋକପ୍ରିୟ ମଡେଲ, ଦାମ୍ ମାତ୍ର…

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ନୋକିଆ ଗ୍ରାହକଙ୍କ ପାଇଁ ନୂଆ ଉପହାର ନେଇଆସିଛି । କମ୍ପାନୀର ଲୋକପ୍ରିୟ ଫୋନ୍ ନୋକିଆ ୩୨୧୦ ପୁଣି ବଜାରକୁ ଫେରିଛି । ନୋକିଆ ଫୋନ୍ ପ୍ରସ୍ତୁତ କରୁଥିବା ଏଚଏମଡି ଗ୍ଲୋବାଲ ଏହି ଫୋନକୁ ପୁଣି ଆଣିଛି । ଏବେ ଏହି ସ୍ମାର୍ଟଫୋନ୍ ନୂଆ ଫିଚର୍ସ ସହିତ ଆସିଛି । ଏଥର ଫୋନରେ ୟୁଟ୍ୟୁବ୍, ୟୁପିଆଇ ପେମେଣ୍ଟ ଭଳି ଅନେକ ନୂଆ ଫିଚର୍ସ ସାମିଲ ହୋଇଛି । ଏହି ଫୋନରେ ୨.୪ ଇଞ୍ଚର ସ୍କ୍ରିନ୍ ରହିଛି ଏବଂ ଏହା ୟୁନିସୋକ୍ ଟି୧୦୭ ପ୍ରୋସେସର ସହିତ ଚାଲିବ ।

ନୂଆ ନୋକିଆ ୩୨୧୦ ୪ଜିର ଦାମ୍ ୩,୯୯୯ ଟଙ୍କା ରହିଛି । ଏହାକୁ ଆପଣ ଏଚଏମଡିର ଅଫିସିଆଲ ଓ୍ବେବସାଇଟ୍ ଏବଂ ଆମାଜନ ଭଳି ଅନଲାଇନ୍ ସପିଂ ଓ୍ବେବସାଇଟରୁ କିଣିପାରିବେ । ଫୋନ୍ ୩ଟି ରଙ୍ଗର ବିକଳ୍ପ ସହିତ ବଜାରକୁ ଆସିବ । ଏଥିରେ ଲୋକପ୍ରିୟ ସାପ ଗେମ୍ ମିଳିବ । ଫୋନରେ ୪ଜି କନେକ୍ଟିଭିଟି ଏବଂ ୨.୪ ଇଞ୍ଚର ଟିଏଫଟି ଏଲସିଡି ସ୍କ୍ରିନ୍ ମିଳିବ । ୬୪ ଏମବି ରାମ୍ ସହିତ ୧୨୮ ଏମବି ଷ୍ଟୋରେଜ୍ ମିଳିବ । ଗ୍ରାହକ ମେମୋରୀ କାର୍ଡ ଦ୍ବାରା ଏହାକୁ ୩୨ ଜିବି ପର୍ଯ୍ୟନ୍ତ ବଢାଇ ପାରିବେ । ଫୋନରେ ଏକ ୨ ଏମପିର କ୍ୟାମେରା ରହିଛି । କ୍ୟାମେରା ସହିତ ଏକ ଏଲଇଡି ଫ୍ଲାଶ୍ ମଧ୍ୟ ରହିଛି । ତେବେ ଖାସ୍ କଥା ହେଉଛି ଏଥିରେ ୟୁପିଆଇ ପୈଠ କରିପାରିବେ ଗ୍ରାହକ । ଏହା ସହିତ ଫୋନରେ ୟୁଟ୍ୟୁବ୍ ମାଧ୍ୟମରେ ଭିଡିଓ ମଧ୍ୟ ଦେଖିପାରିବେ ଉପଭୋକ୍ତା ।

- Advertisement -

https://samajalive.in/odisha-cm-designate-mohan-majhi-meets-governor-raghubar-das-stakes-claim-to-form-govt/568913.html

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories