www.samajalive.in
Saturday, December 6, 2025
14.1 C
Bhubaneswar

ନାଇଜେରିଆ ସଂସଦୀୟ ନିର୍ବାଚନ ଏକ ସପ୍ତାହ ଘୁଞ୍ଚିଲା

ନୂଆଦିଲ୍ଲୀ: ନାଇଜେରିଆରେ ହେବାକୁ ଥିବା ରାଷ୍ଟ୍ରପତି ଏବଂ ସଂସଦୀୟ ନିର୍ବାଚନକୁ ଏକ ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏହି ନିର୍ବାଚନରେ ୭୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଥାନ୍ତା। ୧ ଲକ୍ଷ ୨୦ହଜାର ଭୋଟ୍‍ଗ୍ରହଣ କେନ୍ଦ୍ରରେ ଭୋଟ୍‍ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଭୋଟ ଗ୍ରହଣର କିଛି ସମୟ ପୂର୍ବରୁ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ମହମଦୁ ବୁହାରୀ ଦ୍ୱିତୀୟଥର ପାଇଁ ନିର୍ବାଚନ ଲଢ଼ୁଥିବାବେଳେ ସେ ବିରୋଧୀ ଦଳର ପ୍ରାର୍ଥୀ ପୂର୍ବତନ ଉପରାଷ୍ଟ୍ରପତି ଆତିକୁ ଆବୁବାକାରଙ୍କ କଡା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଛନ୍ତି। ସେଠାକାର ଜାତୀୟ ନିର୍ବାଚନ କମିଶନ ଅଧ୍ୟକ୍ଷ ମହମ୍ମଦ ୟାକୁବୁ କହିଛନ୍ତି ଯେ ଧାର୍ଯ୍ୟ ନିର୍ବାଚନ କାର୍ଯ୍ୟସୂଚୀ ଅନୁସାରେ ଭୋଟ୍‍ଗ୍ରହଣ ସମ୍ଭବପର ନୁହେଁ। ଚଳିତମାସ ୨୩ ତାରିଖରେ ନିର୍ବାଚନ କରିବା ଲାଗି ନିର୍ବାଚନ କମିଶନ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେହିଦିନ ସଂସଦୀୟ ନିର୍ବାଚନର ନିମ୍ନ ପ୍ରତିନିଧି ସଭାର ୩୬୦ଟି ଆସନ ଏବଂ ସିନେଟ୍‍ର ୧୦୯ଟି ଆସନ ପାଇଁ ମଧ୍ୟ ମତଦାନ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ରାଜ୍ୟପାଳ ଏବଂ ରାଜ୍ୟ ବିଧାନସଭା ନିର୍ବାଚନକୁ ମାର୍ଚ୍ଚ ମାସ ୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେବେ ନିର୍ବାଚନଜନିତ ହିଂସାକାଣ୍ଡରେ କାଦୁନାଠାରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ୬୬ଜଣ ପ୍ରାଣ ହରାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories