www.samajalive.in
Saturday, December 13, 2025
23.1 C
Bhubaneswar

ନୋବେଲ୍‌‌ ପୁରସ୍କାର ବିଜେତା ପାଇବେ ୯ ଲକ୍ଷ ୮୬ ହଜାର ଡଲାର

ଷ୍ଟକ୍‌‌ହୋମ୍‌‌ :  ନୋବେଲ୍‌‌ ପୁରସ୍କାର ରାଶି ବୃଦ୍ଧି ପାଇଛି । ଚଳିତବର୍ଷର ନୋବେଲ୍‌‌ ପୁରସ୍କାର ବିଜେତାମାନେ ଆଉ ଅତିରିକ୍ତ ୧ ନିୟୁତ କ୍ରାଉନ୍‌‌(ସ୍ବିଡିସ କ୍ରାଉନ୍‌‌) ଅର୍ଥ ପାଇବେ ବୋଲି ନୋବେଲ୍‌‌ ଫାଉଣ୍ଡେସନ୍‌‌ ଘୋଷଣା କରିଛି । ଫଳରେ ୨୦୨୩ ନୋବେଲ ପୁରସ୍କାର ବିଜେତାମାନେ ମୋଟ୍‌‌ ୧୧ ନିୟୁତ ସ୍ବିଡିସ କ୍ରାଉନ୍‌‌ ପାଇବେ, ଯାହାର ମୂଲ୍ୟ ୯ଲକ୍ଷ ୮୬ ହଜାର ଡଲାର ଅର୍ଥାତ୍‌‌ ଭାରତୀୟ ମୁଦ୍ରାରେ ୮ କୋଟି ୧୦ ଲକ୍ଷ ଟଙ୍କା । ନୋବେଲ ପୁରସ୍କାରର ଦୀର୍ଘ ୧୦୦ ବର୍ଷର ଇତିହାସରେ ଏହା ଆଉ ଏକ ଉଲ୍ଲେଖନୀୟ ଘଟଣା ।

୨୦୧୨ ମସିହାରେ ନୋବେଲ୍‌‌ ଫାଉଣ୍ଡେସନ୍‌‌ ପୁରସ୍କାର ବାବଦ ଅର୍ଥ ୧୦ ନିୟୁତ କ୍ରାଉନ୍‌‌ରୁ ୮ ନିୟୁତ କ୍ରାଉନ୍‌‌କୁ ହ୍ରାସ କରିଥିଲା। କିନ୍ତୁ ପରେ ପୁରସ୍କାର ଅର୍ଥ ଧୀରେ ଧୀରେ ବୃଦ୍ଧି କରାଯାଇଥିଲା । ଚଳିତବର୍ଷର ନୋବେଲ୍‌‌ ପୁରସ୍କାର ବିଜେତାମାନଙ୍କ ନାମ ଆସନ୍ତା ମାସରେ ଘୋଷଣା କରାଯିବ। ଏହା ପରେ ଡିସେମ୍ବର ୧୦ ତାରିଖରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ନୋବେଲ୍‌‌ ଶାନ୍ତି ପୁରସ୍କାର ଓସ୍‌‌ଲୋରେ ଦିଆଯାଉଥିବା ବେଳେ ଅନ୍ୟ ପୁରସ୍କାର ଗୁଡ଼ିକୁ ଷ୍ଟକ୍‌‌ହୋମ୍‌‌ରେ ଦିଆଯାଏ ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories