www.samajalive.in
Thursday, December 11, 2025
26.1 C
Bhubaneswar

ନୂଆ ସୈନିକ ସ୍କୁଲ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ

ନୂଆଦିଲ୍ଲୀ : ଦେଶରେ ୨୩ଟି ନୂଆ ସୈନିକ ସ୍କୁଲ ସ୍ଥାପନ ପ୍ରସ୍ତାବକୁ  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଅନୁମୋଦନ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ଭାଗିଦାରୀ ଭିତ୍ତିରେ ନୂଆ ସୈନିକ ସ୍କୁଲ୍‌‌ ଗୁଡ଼ିକର ସଂଖ୍ୟା ୪୨କୁ ବୃଦ୍ଧି ପାଇବ ।

ଏନଜିଓ, ବେସରକାରୀ ସ୍କୁଲ୍‌‌ ଓ ରାଜ୍ୟସରକାର ମାନଙ୍କ ସହ ଭାଗିଦାରୀରେ ୧୦୦ଟି ନୂଆ ସୈନିକ ସ୍କୁଲ୍‌‌ ସ୍ଥାପନ ନେଇ ସରକାର ଘୋଷଣା କରିଥିଲେ । ୧୦୦ଟି ନୂଆ ସୈନିକ ସ୍କୁଲ୍‌‌ ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ପଛରେ ଥିବା ମୁଖ୍ୟ କାରଣ ହେଉଛି ଜାତୀୟ ଶିକ୍ଷାନୀତି ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ସମ୍ପନ୍ନ ଉତ୍ତମ ଶିକ୍ଷା ଯୋଗାଇ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

- Advertisement -

ଏହା ମଧ୍ୟ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ସାହାଯ୍ୟ କରିବା ସହ ସେମାନଙ୍କୁ ସେନା ବାହିନୀରେ ଯୋଗ ଦେବାରେ ସହାୟତା କରିବ। ଏହା ବ୍ୟତୀତ ଏହି ପଦକ୍ଷେପ ବେସରକାରୀ କ୍ଷେତ୍ରକୁ ସରକାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ।

ରାଜ୍ୟର ଢେଙ୍କାନାଳ ଠାରେ ଅବକାଶ ଫାଉଣ୍ଡେସନ୍‌‌ ସହଭାଗିତାରେ ଶଙ୍କର ପବ୍ଲିକ ସ୍କୁଲକୁ ସୈନିକ୍ୟ ସ୍କୁଲର ମାନ୍ୟତା ମିଳିଛି।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories