www.samajalive.in
Saturday, December 6, 2025
14.1 C
Bhubaneswar

କାଲିଠୁ ଗଞ୍ଜାମ ଜିଲାରେ ଟ୍ରେନ ରହଣି ବନ୍ଦ

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାକୁ ଟ୍ରେନ ସେବା  ବାତିଲ କରାଯାଇଛି। ଫଳରେ ଜିଲାର ସମସ୍ତ ଷ୍ଟେସନ ସହ ବାଲୁଗାଁ ଷ୍ଟେସନଠାରେ ଯାତ୍ରୀବାହୀ ଟ୍ରେନଗୁଡିକର ରହଣି ବନ୍ଦ ରହିବ। ଭୂତାଣୁର ବ୍ୟାପକ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଯତ୍ନଶୀଳ ହେବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ପୂର୍ବତଟ ରେଳପଥ ଏଭଳି ପଦକ୍ଷେପ ନେଇଛି। ଆସନ୍ତା ୯ ତାରିଖରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଗଞ୍ଜାମ ଜିଲା ମଧ୍ୟଦେଇ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନଗୁଡିକର ରହଣୀକୁ ଏବଂ ଟ୍ରେନ ସେବାକୁ ଆସନ୍ତା କାଲିଠାରୁ ନିମ୍ନ ମତେ ବାତିଲ କରିଛି I

ବାତିଲ ହେବାକୁ ଥିବା ଟ୍ରେନ:

୦୮୪୩୭/୦୮୪୩୮ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ଭୁବନେଶ୍ୱରଠାରୁ ୮ ଜୁଲାଇରୁ ଏବଂ ବ୍ରହ୍ମପୁରଠାରୁ ୯ ଜୁଲାଇରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି।

- Advertisement -

ଟ୍ରେନ ରହଣି ବନ୍ଦ ହୋଇଥିବା ଷ୍ଟେସନ:

୦୧୦୨୦/୦୧୦୧୯ ଭୁବନେଶ୍ୱର-ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, ମୁମ୍ବଇ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନର ରହଣୀକୁ ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁରଠାରେ ଉଭୟ ଦିଗରୁ ଜୁଲାଇ ମାସ ୯ ତାରିଖଠାରୁ ବାତିଲ କରାଯାଇଛି। ୦୨୭୦୩/୦୨୭୦୪ ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନର ରହଣି କୁ ବାଲୁଗାଁ ଓ ବ୍ରହ୍ମପୁର ଷ୍ଟେସନଠାରେ ଆସନ୍ତା କାଲିଠାରୁ ଉଭୟ ପାର୍ଶ୍ୱରୁ ବାତିଲ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories