www.samajalive.in
Saturday, December 6, 2025
15.1 C
Bhubaneswar

ଫେରାର ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ୩୨୭ କୋଟି ଟଙ୍କାର ସମ୍ପତ୍ତି ଜବତ

ଫେରାର ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ୩୨୭ କୋଟି ଟଙ୍କା ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦେଶାଳୟ । ପଞ୍ଜାବ ନେସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ଏହି ସମ୍ପତ୍ତି ଜବତ ସମ୍ପର୍କରେ ପ୍ରବର୍ତନ ନିର୍ଦେଶାଳୟ ବିଧିବଦ୍ଧ ସୂଚନା ଦେଇଛି ।

ପ୍ରବର୍ତନ ନିର୍ଦେଶାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନିରବ ମୋଦୀଙ୍କ ମୁମ୍ବାଇର ୱର୍ଲିସ୍ଥିତ ସମୁଦ୍ରମହଲ ଅଟ୍ଟାଳିକାରେ ଥିବା ୪ଟି ଫ୍ଲାଟ, ଆଲିବାଗରେ ଜମି ଓ ସମୁଦ୍ରତଟରେ ଥିବା ଏକ ଫାର୍ମହାଉସ, ଜୟସଲମେରରେ ଥିବା ଏକ ପବନ କଳ, ଲଣ୍ଡନର ଏକ ଫ୍ଲାଟ, ଦୁବାଇରେ ଥିବା ଏକ ବାସଗୃହ, ବ୍ୟାଙ୍କ ଓ ସେୟାର ଜମାରାଶିକୁ ଜବତ ହୋଇଛି । ଏ ସବୁର ପ୍ରାରମ୍ଭିକ ଆକଳନ ମୂଲ୍ୟ ୩୨୬.୯୯ କୋଟି ଟଙ୍କା ବୋଲି ଇଡ଼ି ସୂଚନା ଦେଇଛି ।

- Advertisement -

ବ୍ୟାଙ୍କ ଠକେଇ ଓ ମନି ଲଣ୍ଡରିଂ ମାମଲରେ ନିରବ ମୋଦୀ ଗତ ବର୍ଷ ମାର୍ଚମାସରୁ ଲଣ୍ଡନର ଏକ ଜେଲରେ ବନ୍ଦୀ ଅଛନ୍ତି । ଗତମାସରେ ତାଙ୍କୁ ଜୁଲାଇରେ ବିଚାରବିଭାଗୀୟ ହାଜତରେ ରଖିବାକୁ ୱେଷ୍ଟମିନଷ୍ଟରର ଏକ ଅଦାଲତ ନିର୍ଦେଶ ଦେଇଥିଲା। ଏହାପରେ ସେ ଜେଲରେ ରହିଛନ୍ତି । ତାଙ୍କ ଉପରେ ପ୍ରାୟ ୨ ଆରବ ଡ଼ଲାର ଠକେଇ ଅଭିଯୋଗରେ ଭାରତରେ ମାମଲା ଚାଲିଛି ଓ ତାଙ୍କୁ ଭାରତ ଫେରାଇ ଆଣିବା ନିମନ୍ତେ ମଧ୍ୟ ଆଇନଗତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories