ଚଳଚ୍ଚିତ୍ର ‘ରାମ କି ଜନ୍ମଭୂମି’ ମୁକ୍ତିଲାଭ ଉପରେ ରହିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ଗୁରୁବାର ‘ରାମ କି ଜନ୍ମଭୂମି’ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ରହିତାଦେଶ ଦେବାକୁ ମନ କରିଛନ୍ତି। ଶୁକ୍ରବାର ଏହି ଚଳଚ୍ଚିତ୍ର ସାରା ଦେଶରେ ମୁକ୍ତିଲାଭ କରିବ। ଅଯୋଧ୍ୟା ଜମି ବିବାଦର ମଧ୍ୟସ୍ଥତା ଜରିଆରେ ସମାଧାନ ପ୍ରକ୍ରିୟା ଏବଂ ଚଳଚ୍ଚିତ୍ର ମୁକ୍ତିଲାଭ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଏହି ଚଳଚ୍ଚିତ୍ର ମୁକ୍ତିଲାଭ କଲେ ଅଯୋଧ୍ୟା ଜମି ବିବାଦର ମଧ୍ୟସ୍ଥତା ଜରିଆରେ ସମାଧାନ ପ୍ରକ୍ରିୟାକୁ ଜଟିଳ କରିବ ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟରେ ଦାୟର ଆବେଦନର ବିଚାର କରି ଜଷ୍ଟିସ ଏସ.ଏ. ଚୋବଦେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ରାମ ମନ୍ଦିର ଘଟଣା ଉପରେ ଆଧାରିତ ଏବଂ ସନୋଜ ମିଶ୍ରଙ୍କ ନିର୍ଦ୍ଦେଶିତ ‘ରାମ କି ଜନ୍ମଭୂମି’ ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ।

Leave A Reply