www.samajalive.in
Saturday, December 6, 2025
15.1 C
Bhubaneswar

ବରିଷ୍ଠ ନାଗରିକଙ୍କୁ ଆଶ୍ୱସ୍ତି: ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଆୟ ଉପରେ ମିଳିବ ଆୟକର ରିଆତି

ମୁମ୍ବଇ: ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ଏଣିକି ବ୍ୟାଙ୍କ, ଡାକଘର ଜମା ଉପରେ ସର୍ବାଧିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ପାଇଁ ଆୟକର ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ୧୦ ହଜାର ଟଙ୍କାରୁ ଅଧିକ ଜମା ସୁଧ ଉପରେ ଆୟକର ଦେବାକୁ ପଡ଼ୁଥିଲା। ବ୍ୟାଙ୍କ ଓ ଡାକଘର ଜମା ରାଶି ଉପରେ ମିଳୁଥିବା ମୋଟ ସୁଧ ପରିମାଣ ୧୦ ହଜାର ଟଙ୍କା ଟପିଲେ କର୍ତ୍ତୃପକ୍ଷ ଆୟକର(ଟିଡିଏସ୍‍) କାଟି ଆୟକର ବିଭାଗରେ ପୈଠ କରୁଥିଲେ। ଏବେ ଏହି ରିଆତି ସୀମାକୁ ବଢ଼ାଇବା ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଗତ ୬ ତାରିଖରେ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିପାଇଁ ଆୟକର ନିୟମର ୧୯୪-କ ରେ ସଂଶୋଧନ କରାଯାଇଛି। ୨୦୧୮, ଏପ୍ରିଲ୍‍ ୧ ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଆୟକର ନିୟମ ୮୦ ଟିଟିବି ଆଧାରରେ ୬୦ ବର୍ଷରୁ ଅଧିକ ବୟସର ନାଗରିକମାନେ ଏହି ରିଆତି ଦାବି କରିପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories