www.samajalive.in
Saturday, December 6, 2025
26.1 C
Bhubaneswar

କାର୍‍କୁ ଧକ୍କା ଦେଲା ବସ୍‍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ପେଟ୍ରୋଲ ଟାଙ୍କି ସମ୍ମୁଖରେ ସୋମବାର ପୂର୍ବାହ୍ନରେ ଏକ କାର୍‍ ସହ ଅନ୍ୟ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା କାରଣରୁ ବସ୍‍ଟି କାର୍‍କୁ କିଛି ଦୂର ପର୍ଯ୍ୟନ୍ତ ଠେଲି ନେଇଯାଇଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ, ମଙ୍ଗଳପୁର ପେଟ୍ରୋଲ ଟାଙ୍କି ନିକଟରେ ଥିବା ଡିଭାଇଡର ଠାରେ ଏକ କାର ହଠାତ ଅପରପାର୍ଶ୍ବ ରାସ୍ତାକୁ ଯାଉଥିଲା। ଏହି ସମୟରେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଶାରଳା ନାମକ ଘରୋଇ ଯାତ୍ରୀବାହୀ ବସ୍‍ ଉକ୍ତ କାର୍‍କୁ ଧକ୍କା ଦେଇଥିଲା । କାର୍‍ଟି ରାସ୍ତାର ଡିଭାଇଡର ଉପରେ ଚଢି ଯାଇଥିବା ବେଳେ ବସ୍‍ଟି ମଧ୍ୟ ଉକ୍ତ ଡିଭାଇଡର ଉପରେ ଚଢିଯାଇ କାର୍‍କୁ କିଛି ଦୂର ପର୍ଯ୍ୟନ୍ତ ଠେଲି ନେଇଥିଲା । ଏଥିରେ ଉଭୟ ଗାଡିର କ୍ଷତି ଘଟିଥିବା ବେଳେ କେହି ଆହତ ହୋଇନଥିବା ସୂଚନା ମିଳିଛି। ଏହି କାରଣରୁ ଘଟଣାସ୍ଥଳରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଖବର ପାଇ ପିପିଲି ଆଇଆଇସି ଶରତ କୁମାର ସାହୁ, ଏଏସ୍‍ଆଇ ବିନୟ କୁମାର ଦାସ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories