www.samajalive.in
Tuesday, December 9, 2025
15.1 C
Bhubaneswar

ମୌଳିକ ସୁବିଧାରୁ ବଞ୍ଚିତ ଶୁକ୍ରିଗୁଡା : ଚୁଆ ପାଣି ବଞ୍ଚାଇ ରଖିଛି ଜୀବନ

କୋରାପୁଟ : ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ଏପରି ଗାଁ ରହିଛି ଯେଉଁଠି ପିଇବା ପାଣି ପାଇଁ ଦୈନିକ ସଂଘର୍ଷ କରିବାକୁ ପଡୁଛି। ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳଗୁଡିକରେ ଲୋକେ ଝରଣା ଉତ୍ସ ଉପରେ ନିର୍ଭର କରୁଛନ୍ତି। କେଉଁଠି କେଉଁଠି ଚୁଆ ପାଣି ଲୋକଙ୍କ ଜୀବନ ବଞ୍ଚାଇ ରଖିଛି। ଏପରି ଚିତ୍ର କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ସୁକ୍ରିଗୁଡା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଗାଦବାସାହିରେ ୧୬ ଆଦିବାସୀ କନ୍ଧ ସମ୍ପ୍ରଦାୟର ପରିବାର ରହୁଛନ୍ତି। ଲୋକଙ୍କ ପାଖରେ ଅଦ୍ୟାବଧି ପକ୍କା ଘରଟିଏ ନାହିଁ। ବର୍ଷା, ଶୀତ, କାକରରେ ସେମାନେ ଜୀବିକା ଜୀବନ ବିତାଉଛନ୍ତି। ସେହି ସାହିର ୫ ଜଣ ଲୋକ ବାର୍ଦ୍ଧକ୍ୟଭତ୍ତାରୁ ବଞ୍ଚିତ ରହିଛନ୍ତି। ପିଇବା ପାଣି ପାଇଁ ଗ୍ରାମ ନିକଟ ଏକ ଜମିରେ ଥିବା ଚୂଆଁ ପାଣି ଉପରେ ଲୋକେ ନିର୍ଭର କରୁଛନ୍ତି। ଗ୍ରାମରେ ଥିବା ବନ ସଂରକ୍ଷଣ ସମିତିର ଘରପାଶ୍ୱର୍ରେ ଏକ ପୁରୁଣା ନଳକୂପ ଥିଲା। ଯାହା ଦୀର୍ଘବର୍ଷ ହେଲା ଅଚଳ ହୋଇପଡିଛି। ବର୍ଷା ଦିନେ ଗୋଳିଆ ପାଣି ଓ ଖରା ଦିନେ କାଦୁଅ ପାଣି ବ୍ୟବହାର କରି ଲୋକେ କାଛୁ, କୁଣ୍ଡିଆ, ଝାଡ ଓ ବାନ୍ତିରେ ପୀଡିତ ହେଉଛନ୍ତି। ସେହି ଚୂଆଁରେ ଗାଧୋଇବା, ସଫାସୁତୁରା ଓ ଦୈନନ୍ଦିନ କାର୍ଯ୍ୟ ବ୍ୟବହାର କରିବାକୁ ବାଧ୍ୟ ହୋଇଥାନ୍ତି ଗ୍ରାମବାସୀ। ପାନୀୟ ଜଳ ସୁବିଧା ପାଇଁ ଏହାର ଅଧିବାସୀ ପଞ୍ଚାୟତ ତଥା ପଞ୍ଚାୟତ ସମିତିକୁ ଗୁହାରି କରି ନିରାଶ ହୋଇଛନ୍ତି। ଗ୍ରାମର ଲୋକଙ୍କ ଜୀବନଜୀବିକା ପାଇଁ ନିଜସ୍ୱ ଚାଷଜମି ବହୁତ କମ୍‌ ପରିମାଣ ରହିଛି। ଜଳସେଚନ ସୁବିଧା ନ ଥିବାରୁ ଲୋକେ ଧାନଚାଷ କରିପାରୁ ନ ଥିବା କହିଛନ୍ତି। କେବଳ ମାଣ୍ଡିଆ, ସୁଆଁ ଚାଷ କରି ଆସୁଛନ୍ତି। ଗ୍ରାମ ପାଖରେ ଥିବା ଦୁଇଟି ପାଣିର ଉତ୍ସକୁ ବ୍ୟବହାର କରି ଜମିକୁ ଯଦି ଜଳସେଚନ କରାଯାଏ, ଫସଲ ଉତ୍ପାଦନ ସହ ପିଇବା ପାଣିର ବ୍ୟବହାର ମଧ୍ୟ କରାଯାଇପାରିବ। ସରକାରଙ୍କପକ୍ଷରୁ ନଳକୂପର ସୁବିଧା ଯୋଗାଇ ଦିଆଗଲେ ହେଁ ଗ୍ରାମବାସୀ ଉପକୃତ ହୋଇପାରିବେ। କୋରାପୁଟ ଜିଲାର ଏପରି ଅନେକ ଗାଁ ରହିଛି ଯେଉଁଠି ସୋଲାର ସିଷ୍ଟମରେ ପିଇବା ପାଣି ଯୋଗାଣ ହେଉଛି। କିନ୍ତୁ ଏହି ଗାଁ ଲୋକେ ସୋଲାର ଯୋଜନା କ’ଣ ଜାଣି ନାହାନ୍ତି। ଏ ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଶୁକ୍ରିଗୁଡା ଗ୍ରାମର ସୋନା ଜାନି, ମୁନୁ ସାଉଁତା, ନୀଳ ସାଉଁତା, କୁନି ସାଉଁତା, ଆଲମେ ସାଉଁତା, କାଲା ସାଉଁତା, ମାଣ୍ଡୁ ସାଉଁତା, ଆମେରି ସାଉଁତା, ସନିଆ ସାଉଁତା, କୁଶ ସାଉଁତା ପ୍ରମୁଖ ଅନୁରୋଧ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories