www.samajalive.in
Saturday, December 6, 2025
14.1 C
Bhubaneswar

ଭୋଟ୍‍ ବାକ୍ସ ଉଠାଇନେଲେ ଡଙ୍ଗରିଆ କନ୍ଧ

ନିୟମଗିରି: ଭୋଟ୍‍ ବାକ୍ସ ଉଠାଇନେଲେ ଡଙ୍ଗରିଆ କନ୍ଧ । ଭୋଟର ଲିଷ୍ଟରେ ନାଁ ନଥିବାରୁ ଡଙ୍ଗରିଆ କନ୍ଧ ଭୋଟ ବାକ୍ସ ଉଠାଇନେଇଛନ୍ତି । କଲ୍ୟାଣସିଂପୁର ଶୂନଖଣ୍ଡ ପଞ୍ଚାୟତରେ ଏମିତିକିଛି ଦେଖିବାକୁ ମିଳିଛି । ରାଇଲିମା ଗାଁ ୧୪ ନଂ ବୁଥରୁ ଭୋଟ ବାକ୍ସ ଉଠାଇ ନେଇଯାଇଛନ୍ତି ଡଙ୍ଗରିଆ କନ୍ଧ । ସେମାନଙ୍କ ଅଭିଯୋଗ ଅନୁସାରେ ପ୍ରାୟ ଶହେ ଲୋକଙ୍କ ନାଁ ଭୋଟର ନାହିଁ । ତେଣୁ ଏପରି ସେମାନେ କରିଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ଯାଜପୁରରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଞ୍ଝାରପୁର ବ୍ଲକରେ ସ୍ୱାମ୍ବାଦିକଙ୍କ ଉପରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିବା ସହ ମତଦାନରେ ବାଧା ଉପୁଜିଛି । ୧୪ ନମ୍ବର ବୁଥ୍ ଆଗରେ ପୁଲିସ ଉପରକୁ ଟେକାପଥର ମାଡ଼ କରାଯାଇଥିଲା। ଏଥିରେ ୨ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ବୁଥ୍ ରିଗିଂ ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories