www.samajalive.in
Saturday, December 6, 2025
14.1 C
Bhubaneswar

ପଞ୍ଜାବ ନିର୍ବାଚନ: ସୋନୁ ସୁଦ୍‌ଙ୍କ ଗାଡ଼ି ଜବତ କଲେ ନିର୍ବାଚନ ଆୟୋଗ

ଚଣ୍ଡିଗଡ଼: ପଞ୍ଜାବରେ ରବିବାର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି।  ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ବର୍ତ୍ତମାନ ସୁଦ୍ଧା ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି କିନ୍ତୁ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି। ମୋଗାରେ ନିର୍ବାଚନ ଆୟୋଗ ଫିଲ୍ମ ଅଭିନେତା ସୋନୁ ସୁଦ୍‌ଙ୍କ ଗାଡ଼ି ଜବତ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ସୋନୁ ସୁଦ୍‌ ଗାଁରେ ଯାଉଥିଲେ। ଏହି ସମୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ଯେ, ସେଲିବ୍ରିଟିଙ୍କୁ ଦେଖି ଲୋକେ କଂଗ୍ରେସ ପ୍ରାର୍ଥୀଙ୍କ ପକ୍ଷରେ ପ୍ରଭାବିତ ହୋଇପାରନ୍ତି। ଏହାପରେ ନିର୍ବାଚନ ଆୟୋଗ ସୋନୁ ସୁଦ୍‌ଙ୍କ ଗାଡ଼ି ଜବତ କରିଥିଲେ। ସୋନୁ ସୁଦ୍‌ଙ୍କ ଭଉଣୀ ମାଳବିକା ସୁଦ୍‌ ମୋଗାରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଛନ୍ତି।

ଅପରପକ୍ଷେ ପଟିଆଲାର ବାବୁ ସିଂହ କଲୋନୀରେ ଅକାଳୀ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories