www.samajalive.in
Saturday, December 6, 2025
23.1 C
Bhubaneswar

ଭାରତ ନୂଆ କାର୍ ମୂଲ୍ୟାୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନୀତୀନ ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ମଙ୍ଗଳବାର ନୂଆଦିଲ୍ଲୀଠାରେ ଭାରତ ନୂତନ କାର୍ ମୂଲ୍ୟାୟନ କାର୍ଯ୍ୟକ୍ରମ(ଭାରତ ଏନସିଏପି)ର ଶୁଭାରମ୍ଭ କରିଛନ୍ତି। ଭାରତରେ ୩.୫ ଟନ୍ ଓଜନ ବିଶିଷ୍ଟ ଯାନର ସୁରକ୍ଷା ମାନ ବୃଦ୍ଧି କରି ସଡ଼କ ନିରାପତ୍ତା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଭାରତ ଏନସିଏପି ଶୁଭାରମ୍ଭ ସମାରୋହକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ସୁରକ୍ଷିତ କାର କିଣିବା ପାଇଁ ଶ୍ରେଷ୍ଠ ବାହନ ଚୟନ କରିବାରେ ସକ୍ଷମ ହେବା ପାଇଁ ଗ୍ରାହକମାନଙ୍କୁ ସଶକ୍ତ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ। ଭାରତ ଏନସିଏପି ଭାରତରେ ଯାନର ନିରାପତ୍ତା ଏବଂ ଗୁଣବତ୍ତାକୁ ମଧ୍ୟ ବ୍ୟାପକ ପ୍ରୋତ୍ସାହିତ କରିବ। ଏହା ସହିତ ସୁରକ୍ଷିତ ଯାନ ନିର୍ମାଣ ପାଇଁ ମୂଳ ସରଞ୍ଜାମ ନିର୍ମାତା ଓଇଏମଗୁଡ଼ିକ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ। ଏହି କାର୍ଯ୍ୟକ୍ରମ ୩.୫ ଟନ୍ ଜିଭିଡବ୍ଲ୍ୟୁରୁ କମ୍ ଏମ୧ ବର୍ଗର ଅନୁମୋଦିତ ମୋଟର ଯାନ ପାଇଁ ପ୍ରଯୁଜ୍ୟ।

- Advertisement -

ଏହି କାର୍ଯ୍ୟକ୍ରମ ୧ ଅକ୍ଟୋବର ୨୦୨୩ରୁ ଆରମ୍ଭ ହେବ ଏବଂ ଅଟୋମୋଟିଭ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ(ଏଆଇଏସ୍) ୧୯୭ ଉପରେ ଆଧାରିତ ହେବ। ପ୍ରତିଯୋଗିତାମୂଳକ ନିରାପତ୍ତା ବୃଦ୍ଧିର ଇକୋସିଷ୍ଟମ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯାହାକି ଉପଭୋକ୍ତାଙ୍କ ମଧ୍ୟରେ ବାହନ ସୁରକ୍ଷାକୁ ନେଇ ସଚେତନତା ବୃଦ୍ଧି କରିବ। ଏନସିଏପି କାର୍ଯ୍ୟକ୍ରମ ବିଶ୍ୱସ୍ତରୀୟ ନିରାପତ୍ତା ମାନ ଥିବା ଯାନ ନିର୍ମାଣ ପାଇଁ ଓଇଏମମାନଙ୍କ ପାଇଁ ସୁଯୋଗ ଆଣିଛି। ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରୋଡ୍ ଟ୍ରାନ୍ସପୋର୍ଟ(ସିଆଇଆରଟି) ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରାଯିବ।

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories