ହୋମଗାର୍ଡଙ୍କୁ ନିର୍ଯାତନା ଅଭିଯୋଗ, ଡିଆଇଜି ବ୍ରିଜେଶ ରାୟଙ୍କ ବଦଳି

ଭୁବନେଶ୍ବର: କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଛି। ତାଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଦଳି। ଜଣେ ମହିଳା ହୋମଗାର୍ଡଙ୍କୁ ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ସହି ନପାରି ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଫଳରେ ତାଙ୍କର ଦୁଇଟି ଗୋଡ଼ କଟି ଯାଇଛି ଏବଂ ଗୁରୁତର ଅବସ୍ଥାରେ ସେ ଏବେ ଚିକିତ୍ସାଧୀନ ରହିଛନ୍ତି। ଏହି ଘଟଣା ନେଇ ଜାତୀୟ ମାନବାଧିକାର ଆୟୋଗରେ ଏତଲା ଦାଏର କରାଯାଇଛି।

prayash

ଅପରପକ୍ଷରେ ଏହି ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗ ପକ୍ଷରୁ ନିଜ ଆଡୁ ମାମଲା ରୁଜୁ କରାଯାଇଛି। ମାମଲା ରୁଜୁ କରିବା ସହ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପିଙ୍କୁ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।

Comments are closed.