www.samajalive.in
Saturday, December 6, 2025
19.1 C
Bhubaneswar

ନୀତି ଆୟୋଗ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ନୀତି ଆୟୋଗର ନିରନ୍ତର ବିକାଶ ଲକ୍ଷ୍ୟ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ରାଜ୍ୟରେ ଅପରାଧ ବଢ଼ୁଛି। ମନରେଗାରେ ନିଯୁକ୍ତି କମିଛି, ନାରୀ ନିର୍ଯାତନା ବଢ଼ିଛି, ବେକାରୀ ବଢ଼ିଛି, ଇଂଟରନେଟ ୟୁଜର୍ସଙ୍କ ସଂଖ୍ୟା କମିଛି। ଏଥିସହ ହତ୍ୟା, ଶିଶୁ ବିରୋଧୀ ଅପରାଧ, ମାନବ ଚାଲାଣ ଅପରାଧ ବଢ଼ିଛି। ଦେଶରେ ତଳ ଆଡୁ ପଂଚମ ସ୍ଥାନରେ ଓଡିଶା ରହିଛି। ୨୦୧୯ରେ ଏସଡିଜି ଇଣ୍ଡିଆ ରାଙ୍କିଂରେ ୧୬ଶ ସ୍ଥାନରେ ଥିବା ଓଡ଼ିଶା ଏବେ ୨୧ଶ ସ୍ଥାନକୁ ଖସି ଆସିଛି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।
ଅପରପକ୍ଷରେ ବିଜେପି ସାଂସଦଙ୍କ ପ୍ରଶ୍ନରେ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ, ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ରିପୋର୍ଟରେ କିଏ ଉପରେ କିଏ ତଳେ ନଥାଏ । ଓଡ଼ିଶାକୁ ୨୦୧୮ରେ ୫୧ ନମ୍ବର , ୨୦୧୯ରେ ୫୮ ଓ ୨୦୨୦ରେ ୬୧ ନମ୍ବର ମିଳିଛି । ଓଡ଼ିଶା ୯ କ୍ଷେତ୍ରରେ ଭଲ ପ୍ରଦର୍ଶନକାରୀ, ୬ଟିରେ ରାଜ୍ୟ ଆଶାୟୀ ରହିଛି । ତେଣୁ ନୀତି ଆୟୋଗ ସହ ସବୁ ରାଜ୍ୟ ଆଲୋଚନା କରି ଲକ୍ଷ୍ୟ ହାସଲ କରିବା ଦିଗରେ କାମ କରିବା ଦରକାର। ଏହା ରାଜନୀତି ପାଇଁ ନୁହେଁ। ନୀତି ଆୟୋଗ ପଂଚାୟତ ସ୍ତରକୁ ଯିବା ଦରକାର। ନ ହେଲେ ଠିକ ମାର୍କ ଜାଣି ହେବ ନାହିଁ । ତଥ୍ୟ ଗ୍ରାଉଣ୍ଡରୁ ଆସିବା ଦରକାର ବୋଲି ସେ କହିଛନ୍ତି ।

ସାଂସଦ ଶ୍ର୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧାମୁକ୍ତି, ଉନ୍ନତ ଶିକ୍ଷା, ଲିଙ୍ଗଭିତିକ ସମାନତା ଓ ଆର୍ôଥକ ବିକାଶ କ୍ଷେତ୍ରରେ ଓଡ଼ିଶାର ରାଙ୍କ ତଳେ ରହିଛି। ଦାରିଦ୍ର୍ୟ ଦୂରୀକରଣ ତଳ ଆଡୁ ୩, କ୍ଷୁଧାମୁକ୍ତିରେ ତଳ ଆଡୁ ୬ , ଆର୍ଥିକ ବିକାଶରେ ତଳ ଆଡୁ ୨ ରେ ରହିଛି ଓଡ଼ିଶା। ଏ ସବୁକୁ ନେଇ ଅପରାଜିତା ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି । ପୂର୍ବରୁ ୬ଟି ପ୍ରଶ୍ନକୁ ମିଶାଇ ସେ ସମୁଦାୟ  ୧୧ଟି ପ୍ରଶ୍ନର ଉତର ମାଗିଛନ୍ତି।
ଓଡ଼ିଶାରେ ଲୋକ ସଂଖ୍ୟାର ୩୩ ପ୍ରତିଶତ ଜାତୀୟ ଦାରିଦ୍ର୍ୟ ସୀମାରେଖା ତଳେ। ୨୦୧୯ରେ ସ୍ଥିତି ଯାହା ଥିଲା ଏବେ ବି ସେୟା ଅଛି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଅନେକ ଲୋକ ଏବେ ବି କଚ୍ଚା ଘରେ ରହୁଛନ୍ତି । ଆମ ରାଜ୍ୟରେ ଏକ କୋଟି ବା ୧୪.୨ ପ୍ରତିଶତ କଚ୍ଚାଘର। ପଶ୍ଚିମବଙ୍ଗରେ କେବଳ ୬ ପ୍ରତିଶତ, ଆନ୍ଧ୍ର ପ୍ରଦେଶରେ ୩.୨ ପ୍ରତିଶତ କଚ୍ଚାଘର ରହିଛି। କେନ୍ଦ୍ର ସରକାର ଲକ୍ଷ ଲକ୍ଷ ଘର ଦେଉଛନ୍ତି। କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। କ୍ଷୁଧାମୁକ୍ତି ବିଭାଗରେ ୨୮ ରାଜ୍ୟ ତାଲିକାରେ ତଳ ଆଡୁ ୬ ନମ୍ବରରେ ଓଡ଼ିଶା। ପାଖାପାଖି ୪୮ ପ୍ରତିଶତ ମହିଳା ରକ୍ତହୀନତାରେ ପୀଡ଼ିତ। ୫ ବର୍ଷରୁ ଶିଶୁ ମଧ୍ୟରୁ ୨୯ ପ୍ରତିଶତ କୁପୋଷିତ। ପ୍ରାଥମିକ ଓ ମାଧ୍ୟମିକ କ୍ଷେତ୍ରରେ ସ୍କୁଲ ଗଲେ ସମାଜ ଶିକ୍ଷିତ ଆଡକୁ ଗତି କରେ। ୨୦୧୫-୧୬ ଠାରୁ ୮ ଲକ୍ଷ ପିଲା ସ୍କୁଲ ଗଲେ ନାହିଁ। ୫ ଲକ୍ଷ ଘରୋଇ ସ୍କୁଲକୁ ଗଲେ। ୩ ଲକ୍ଷ ପାଠ ଛାଡ଼ିଦେଲେ। ଦେଶର ୮୫ ପ୍ରତିଶତ ସ୍କୁଲରେ ପାଣି ଓ ବିଜୁଳି ଅଛି। ହେଲେ ରାଜ୍ୟରେ ମାତ୍ର ୬୮ ପ୍ରତିଶତ ସ୍କୁଲରେ ପାଣି ଓ ବିଦ୍ୟୁତ ଅଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ନିଜ ନିଜ ଅଂଶ ଦେଉଛନ୍ତି, ତେବେ କେଉଁଠି ଭୁଲ ରହିଯାଉଛି।
୧୦୩.୫% ମହିଳାଙ୍କ ଉପରେ ଅପରାଧ ମାମଲା ସାମ୍ନାକୁ ଆସିଛି। ମହିଳାଙ୍କ ସୁରକ୍ଷା କ୍ଷେତ୍ର ବିଜେଡି ସରକାର କରିପାରୁନାହିଁ। ୮.୩ ପ୍ରତିଶତ ଅପରାଧୀଙ୍କୁ ଦଣ୍ଡ ମିଲୁଛି। ୨୦୧୫ରୁ କ୍ରମାଗତ ଭାବେ ମହିଳାମାନଙ୍କ ଉପରେ ଅପରାଧ ବଢ଼ିଚାଲିଛି ।
ମେକ୍ ଇନ ଓଡ଼ିଶା ଭଳି ବିଭିନ୍ନ କାର୍ଯ୍ୟକ୍ରମ ସତ୍ୱେ ବ୍ୟବସାୟ ସୁଗମତାରେ ଶୂନ। ନୂତନ ଚିନ୍ତାଧାରା କ୍ଷେତ୍ରରେ ଓଡ଼ିଶା ୧୨ ଥିଲା ୧୪କୁ ଖସିଯାଇଛି। ଲକ୍ଷେ ଲୋକଙ୍କ ପାଇଁ ୧୨ଟି ବ୍ୟାଙ୍କ ଓଡ଼ିଶାରେ ଅଛି। ଓଡ଼ିଶାରେ ଲକ୍ଷେ ଲୋକଙ୍କ ପାଇଁ ୧୬ଟି ଏଟିଏମ ଅଛି ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories