ନିଉଜ ଆଲର୍ଟବଡ଼ ଖବରଭୁବନେଶ୍ବର Less than 1 min.Read ସନ୍ଧ୍ୟା ୭ଟା-ମୁଖ୍ୟ ଖବର By samajalive 5 June, 2021 7:02 PM FacebookTwitterPinterestWhatsAppLinkedinReddIt – ପଶ୍ଚିମବଙ୍ଗରେ ରାଜନୈତିକ ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଟିଏମସିର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରିଛନ୍ତି -ଅଭିନେତ୍ରୀ ସାୟୋନି ଘୋଷଙ୍କୁ ତୃଣମୂଳ ଯୁବ କଂଗ୍ରେସର ସଭାପତି ଦାୟିତ୍ୱ -ଦେଶରେ କୋଭିଡ-୧୯ ଦ୍ୱିତୀୟ ଲହର ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ୬୪୬ ଜଣ ଡାକ୍ତରଙ୍କର କରୋନାରେ ସଂକମ୍ରିତ ହୋଇ ମୃତ୍ୟୁ ଘଟିଛି : ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) +୨ ମୂଲ୍ୟାୟନ ନେଇ ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି : ସମୀର ରଞ୍ଜନ ଦାଶ -ଦେଶର କୃଷିକ୍ଷେତ୍ରକୁ ସ୍ୱଚ୍ଛଶକ୍ତି ବିନିଯୋଗର ସମସ୍ତ ସୁବିଧା ମିଳିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ -ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ -ସ୍ୱଚ୍ଛ ପରିବେଶ ବଜାୟ ରଖିବା ପାଇଁ ଇଥାନଲ୍ର ଉପଯୋଗ ଏବେ ଅପରିହାର୍ଯ୍ୟ ହୋଇପଡ଼ିଛି -ଆଜି ବିଶ୍ୱ ପରିବେଶ ଦିବସ -ଚଳିତ ବର୍ଷ ପରିବେଶ ଦିବସର ବିଷୟବସ୍ତୁ ହେଉଛି, ‘ଉତ୍ତମ ପରିବେଶ ନିମନ୍ତେ ଜୈବ ଇନ୍ଧନକୁ ପ୍ରାଥମିକତା’ -ନୀତି ଆୟୋଗ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଅପରାଜିତା ଷଡଙ୍ଗୀ -ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୯୭ ହଜାରରୁ ଅଧିକ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି -ଫଳରେ ଆରୋଗ୍ୟ ହାର ୯୩.୩୮ ପ୍ରତିଶତକୁ ବୃଦ୍ଧି -ଦେଶରେ ଆଉ ୧ ଲକ୍ଷ ୨୦ ହଜାର ୫୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ -ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୬,୯୪,୮୭୯କୁ ବୃଦ୍ଧି ପାଇଛି -୩୭୭ ଜିଲ୍ଲାରେ ୫%ରୁ କମ୍ ରହିଛି କୋଭିଡ ସଂକ୍ରମଣ -ସାପ୍ତାହିକୀ କରୋନା ସଂକ୍ରମଣ ହାର ୭.୨୭%କୁ ହ୍ରାସ -ଚିକିତ୍ସାଧୀନ ଅବସ୍ଥାରେ ୩ହଜାର ୩୮୦ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩ ,୪୪,୦୮୨ -ସବୁ ଜିଲ୍ଲାରେ ଖୋଲିବ କୋଭିଡ୍ ଟିକାକରଣ କେନ୍ଦ୍ର -କୋର୍ବେଭାକ୍ସ ହେବ ଭାରତର ସବୁଠୁ ଶସ୍ତା କୋଭିଡ ଟିକା – ଓଡ଼ିଶାରେ ଆଉ ୭୩୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ – ସଂଗରୋଧରୁ ୪୧୬୯ ଏବଂ ସ୍ଥାନୀୟ ସଂକ୍ରମିତ ୩୨୨୬ ,ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୬୯ -ଗୋଟିଏ ଦିନରେ ୪୦ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି -ମାହାଙ୍ଗାର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶିକ୍ଷାବିତ ବିକ୍ରମ କେଶରୀ ବର୍ମାଙ୍କ ଦେହାନ୍ତ -କରୋନାରେ ସମାଜ କାର୍ୟ୍ୟାଳୟର ଆଇଟି ବିଭାଗରେ କାର୍ୟ୍ୟରତ ପିନାକ୍ ମିଶ୍ରଙ୍କ ପରଲୋକ -ଆରପାରିରେ ନାଟ୍ୟକାର, ଗୀତିକାର ଏବଂ ସମ୍ବଲପୁରୀ ଚଳଚ୍ଚିତ୍ର ଅଭିନେତା ଡ ଅଟଳ ବିହାରୀ ପଣ୍ଡା -କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାମାହୁଦା ଛକରେ ଥିବା ଏକ ଦୋକାନରେ ଅଗ୍ନିକାଣ୍ଡ,ବହୁ ଜିନିଷ ପତ୍ର ଜଳି ପୋଡି ନଷ୍ଟ ହୋଇଛି -ବ୍ରହ୍ମପୁର ଆଇଟିଆଇରେ ସବୁଠୁ ବଡ ଇ-ୱେଷ୍ଟ କାରୁକାର୍ଯ୍ୟ -ନିଶାଦ୍ରବ୍ୟ ଚୋରା ଚାଲାଣ; ଆନ୍ତର୍ଜାତିକ ରାକେଟ ଠାବ, ୭୦ କୋଟିର ହେରୋଇନ ଜବତ -ବାପା, ମା’ ଧାନ ବିଲରେ; ୩ ବର୍ଷର ଝିଅ ପହଞ୍ଚିଲା ଡାକ୍ତରଖାନାରେ -ମରିସସ୍ର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥଙ୍କ ସମ୍ମାନାର୍ଥେ ଭାରତ ସରକାରଙ୍କ ପକ୍ଷରୁ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି -ଗତକାଲି ଶ୍ରୀ ଜଗନ୍ନାଥଙ୍କ ପରଲୋକ ଘଟିଛି -ଆଜି ବିଶ୍ୱ ପରିବେଶ ଦିବସ ; ସମସ୍ତଙ୍କୁ ଘାରିଛି ଜଳବାୟୁ ପରିବର୍ତ୍ତନ ଚିନ୍ତା -ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଚଳିତ ଜୁନ୍ ମାସ ୧୦ ତାରିଖରେ ଦୃଶ୍ୟମାନ ହେବାକୁ ଯାଉଛି -ଗତ ମାସରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପରେ ଜନସାଧାରଣ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦେଖିବା ପାଇବେ ସୁଯୋଗ -ଡୋନାଲଡ ଟ୍ରମ୍ପଙ୍କୁ ଦୁଇବର୍ଷ ବାସନ୍ଦ କଲା ଫେସବୁକ୍ -କରୋନା କାଳରେ ଜାପାନରେ ଜନ୍ମ ନେଇଛନ୍ତି ସବୁଠାରୁ କମ ଶିଶୁ Tags5th June 2021News headlines@ 7 Pmodia news Hot this week ଆମ ଓଡ଼ିଶା ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା December 6, 2025 0 କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ... ଜୀବନଚର୍ଯ୍ୟା ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ December 6, 2025 0 ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ... ସୁନ୍ଦରଗଡ଼ ଦୁଇ ବାଇକ୍ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର December 6, 2025 0 ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ... ନିଉଜ ଆଲର୍ଟ ବିଜେପିରେ ମିଶିବେ ବିଜେଡିର ଦୁଇ ନେତା ! December 6, 2025 0 ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ... ଆମ ଓଡ଼ିଶା ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ December 6, 2025 0 ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ... Related Articles ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା ଆମ ଓଡ଼ିଶା December 6, 2025 ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ ଜୀବନଚର୍ଯ୍ୟା December 6, 2025 ଦୁଇ ବାଇକ୍ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର ସୁନ୍ଦରଗଡ଼ December 6, 2025 ବିଜେପିରେ ମିଶିବେ ବିଜେଡିର ଦୁଇ ନେତା ! ନିଉଜ ଆଲର୍ଟ December 6, 2025 ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ ଆମ ଓଡ଼ିଶା December 6, 2025 Popular Categories ନିଉଜ ଆଲର୍ଟଆମ ଓଡ଼ିଶାବଡ଼ ଖବରଦେଶ-ବିଦେଶଭୁବନେଶ୍ବରକ୍ରୀଡ଼ାରାଜନୀତି Previous articleକୋଭିଡ ଦ୍ୱିତୀୟ ଲହର ନେଲାଣି ୬୪୬ ଡାକ୍ତରଙ୍କ ଜୀବନNext articleନୀତି ଆୟୋଗ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା ଷଡଙ୍ଗୀ