ନୀତା ଏମ ଅମ୍ବାନିଙ୍କୁ ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଏମ ଅମ୍ବାନିଙ୍କୁ ରୋଟାରି କ୍ଲବ ଅଫ ବମ୍ବେ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା, କଳା ଏବଂ ସଂସ୍କୃତି କ୍ଷେତ୍ରରେ ଯୁଗାନ୍ତକାରୀ ଅନୁଷ୍ଠାନ ସୃଷ୍ଟି ଜରିଆରେ ନିତାଙ୍କ ବ୍ୟାପକ ଅବଦାନର ସ୍ୱୀକୃତି ସ୍ୱରୂପ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ସମ୍ମାନ ଗ୍ରହଣ କରିବା ଅବସରରେ ନିତା ଅମ୍ବାନି କହିଛନ୍ତି “ଏହି ସମ୍ମାନ କୁ ମୁଁ ଅତ୍ୟନ୍ତ ବିନମ୍ରତାର ସହ ଏବଂ ଆମ ସହର ମୁମ୍ବାଇ ଓ ଏହାର ବାସିନ୍ଦାଙ୍କ ପାଇଁ ରୋଟାରି କ୍ଲବ ଅଫ ବମ୍ବେର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ଗ୍ରହଣ କରୁଛି । ଜଣେ ରୋଟାରିଆନ ଭାବରେ ଏହା ମୋର ୨୫ତମ ବର୍ଷ ଏବଂ ଏହି ଯାତ୍ରାକୁ ମୁଁ ଆପଣମାନଙ୍କ ସାଙ୍ଗରେ ବେଶ ଉପଭୋଗ କରିଛି । ଧିରୁଭାଇ ଅମ୍ବାନି ୧୯୬୯ ମସିହାରେ ଜଣେ ଅନରାରି ରୋଟାରିଆନ ହେବା ପରଠାରୁ ଅମ୍ବାନି ପରିବାରର ରୋଟାରି ସହିତ ସମ୍ପର୍କ ଆରମ୍ଭ ହୋଇଥିଲା । ରିଲାଏନ୍ସ ଦ୍ୱାରା ମୁମ୍ବାଇରେ ସୃଷ୍ଟି କରାଯାଇଥିବା ପ୍ରତିଟି ଅନୁଷ୍ଠାନ ମୁମ୍ବାଇ ସହର ସହିତ ଦୃଢ ଭାବରେ ସଂଯୁକ୍ତ ଏବଂ ମୁମ୍ବାଇର ଦର୍ଶନରେ ଅନୁପ୍ରାଣିତ ।”

Comments are closed.