www.samajalive.in
Sunday, December 14, 2025
18.1 C
Bhubaneswar

ପାଖରେ ନାହିଁ ଧନ, ପୁଅ ବାହା କରିବାକୁ ମନ : ନିରଞ୍ଜନ

ଭୁବନେଶ୍ୱର : ରାଜ୍ୟ ସରକାର ବିଭିନ୍ନ ଯୋଜନା ନାଁରେ ରାଜ୍ୟର ଜନସାଧାରଣଙ୍କୁ ଭୁଅାଁ ବୁଲାଇବା ପାଇଁ ପ୍ରୟାସ କରୁଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ୧୮ ବର୍ଷ ତଳେ ୧୮ ହଜାର କୋଟି ଟଙ୍କା ଋଣ ଥିବାବେଳେ ଏବେ ୯୩ ହଜାର କୋଟିରେ ପହଞ୍ଚିଛି। ପାଖରେ ନାହିଁ ଧନ, ପୁଅ ବାହା କରିବାକୁ ମନ ବୋଲି ରାଜ୍ୟ ସରକାରଙ୍କୁ ତାଚ୍ଛଲ୍ୟ କରି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଦେଶରେ ମିଛ ପ୍ରତିଶ୍ରୁତିର ସୌଦାଗର ମୋଦୀ ସରକାର ଉପରୁ ସାଧାରଣ ଜନତାଙ୍କ ମୋହ ତୁଟି ଥିବାବେଳେ ରାଜ୍ୟରେ ବିଜେଡି ଶାସନରେ ସାଧାରଣ ଲୋକ ଅତିଷ୍ଠ ହେଲେଣି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ନିର୍ବାଚନ ନିକଟତର ହେଉଥିବାରୁ ରାଜ୍ୟ ସରକାର ଡହଳ ବିକଳ ହୋଇ ଯୋଜନା ପରେ ଯୋଜନା ଘୋଷଣା କରିଚାଲିଛନ୍ତି। କାଳିଆ ଯୋଜନା ନାବାର୍ଡର ଅନ୍ୟଏକ ରୂପ ବୋଲି ସେ କହିଛନ୍ତି। ସରକାର ୪୦ରୁ ଊର୍ଦ୍ଧ୍ବ ଯୋଜନାକୁ ଜନ୍ମ ଦେଇଥିଲେ ବି ଏହା ଲୋକକଲ୍ୟାଣ ଅପେକ୍ଷା ବିଜେଡ଼ି କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହୋଇଛି। ଚାଷୀ ଦେବାଳିଆ ହୋଇ ଋଣ ଭାରରେ ବୁଡ଼ି ଆତ୍ମହତ୍ୟା କରୁଥିବାବେଳେ ସରକାର ଋଣ ଛାଡ଼ ନକରି କାଳିଆ ଯୋଜନା ଘୋଷଣା କରିଛନ୍ତି। ରାଜ୍ୟରେ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କୁନ୍ଦୁଲି ପୀଡ଼ିତାଠାରୁ ବେବିନା ପର୍ଯ୍ୟନ୍ତ ସେମାନଙ୍କୁ ସରକାର ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ ପୀଡ଼ିତାଙ୍କୁ ନ୍ୟାୟ ନଦେଇ ମନ୍ତ୍ରୀ ତାଚ୍ଛଲ୍ୟ କରୁଛନ୍ତି। ରାଜ୍ୟରେ ଶିକ୍ଷିତ ଯୁବକ ବେକାର ରହିଥିବାବେଳେ ଅବସର କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଉଛି। ସାଧାରଣ ଗରିବ ଖଟିଖିଆ ଶ୍ରମିକ କାମଧନ୍ଦା ନ ପାଇ ଦୟନୀୟ ଅବସ୍ଥାରେ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ଓଡ଼ିଆର ଜାତୀୟ ଦେବତା ଜଗନ୍ନାଥଙ୍କ ବ୍ରହ୍ମ ବିଭ୍ରାଟଠାରୁ ଧରି ନିକଟରେ ନୀତିକ୍ରାନ୍ତି ବିଭ୍ରାଟ କରି କାଳିଆକୁ ୧୩ ଘଣ୍ଟା ଉପାସ ରଖାଯାଇଛି। କେବଳ ଭୋଟ ହାତେଇବା ଛଡ଼ା ରାଜ୍ୟରେ ବିଜେଡ଼ି ସରକାରକୁ ଅନ୍ୟ କିଛି ଜଣାନାହିଁ। ଓଡ଼ିଶାର ଲୋକେ ବୁଝିଲେଣି, ମିଛ ଯୋଜନା ନାମରେ ଯେଉଁ ମୋହଗସ୍ତ କରାଯାଇଥିଲା ତାହା ଏବେ ପରିବର୍ତ୍ତନ ହେବ। କଂଗ୍ରେସ ଆଗ ଅପେକ୍ଷା ନିଜକୁ ସୁଦୃଢ କରି ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ଯାଉଛି। କଂଗ୍ରେସର ନେତାଠାରୁ କର୍ମୀ ଓ ଜୋନ ସଭାପତି ମାନେ ଯେଭଳି ସଂକଳ୍ପ ନେଇ ବିଜେଡି ବିଜେପିକୁ ହଟାଇବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଆଗାମୀ ଦିନରେ ଯେଉଁ ପରିବର୍ତ୍ତନ ହେବ ତାହା କଂଗ୍ରେସକୁ କ୍ଷମତାକୁ ଆଣିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories