www.samajalive.in
Saturday, December 13, 2025
18.1 C
Bhubaneswar

ଚାଷୀଙ୍କୁ କଳାକନା ବୁଲାଇଥିବା ଲୋକେ କାଳିଆର ସାହାରା ନେଉଛନ୍ତି:ଧର୍ମେନ୍ଦ୍ର

ଭୁବନେଶ୍ୱର : ଚାଷୀଙ୍କୁ ସବୁଠୁ କଳାକନା ବୁଲାଇଥିବା ଲୋକମାନେ କାଳିଆର ସାହାରା ନେଉଛନ୍ତି। କାଳିଆକୁ ଉପାସରେ ରଖିଲେ। ଏ ସରକାରଙ୍କର ମନ ଭିତରେ କିମ୍ବା ଯୋଜନାରେ ସ୍ପଷ୍ଟତା ନାହିଁ। ଓଡିଶାରେ ନିଜେ କରିବୁନି କି କାହାକୁ କରାଇ ଦେବୁନି ଏହି ମାନସିକତାରେ ସରକାର ପହଞ୍ôଚଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
‘ଉଜ୍ଜ୍ୱଳା ସାନିଟାରି ନାପ୍କିନ୍’ଯୋଜନାର ଶୁଭାରମ୍ଭ ଅବସରରେ ସାମ୍ବାଦିକମାନଙ୍କ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି ଶ୍ରୀ ପ୍ରଧାନ କହିଲେ, ଏ ସରକାରଙ୍କର ଚାଷୀମାନଙ୍କ ପାଇଁ କିଛି ସ୍ପଷ୍ଟତା ନାହିଁ। କେବଳ ଭୋଟ ହାତେଇବା ପାଇଁ ଏବେ ସୁଆଙ୍ଗ କରୁଛନ୍ତି। ବିଜେପି ଶାସିତ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ କୃଷି ଋଣ ଛାଡ ହୋଇଛି। ଓଡିଶାରେ କୃଷକମାନଙ୍କୁ ନିଜ ଗୋଡରେ ଛିଡା କରିବା ପାଇଁ କୃଷି ଋଣ ଛାଡ ବଳିଷ୍ଠ ପଦକ୍ଷେପ ହେବ। ଆମେ ଏଥିରେ ଅଛୁ। ପ୍ରଧାନମନ୍ତ୍ରୀ ଜାତୀୟ ସ୍ତରର ସ୍ଥିତି ନେଇ କଥା କହୁଥିବା ବେଳେ ଯେଉଁମାନେ ଏଥିରେ ପ୍ରସଙ୍ଗ ଉଠାଇଛନ୍ତି ସେମାନଙ୍କର କୌଣସି କହିବାର ନୈତିକ ଅଧିକାର ନାହିଁ। ସେମାନେ କେବଳ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କାଳିଆ ଯୋଜନା ପାଇଁ ବିଧାନସଭା ବସାଇ ଅତିରିକ୍ତ ବଜେଟର ବ୍ୟବସ୍ଥା କ’ଣ ପାଇଁ କଲେ ନାହିଁ। ମନ ଭିତରେ ପାପ ଅଛି। ଚାଷୀମାନଙ୍କୁ ସହାୟତା କରିବା ସରକାରଙ୍କ ମୂଳ ଲକ୍ଷ୍ୟ ନୁହେଁ। ୧୦୦ଟଙ୍କାର ବୋନସ ଦେବେ ବୋଲି କହିଥିଲେ, ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବାର କଥା କହିଥିଲେ, ଏହି ପ୍ରତିଶ୍ରୁତି କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଆସନ୍ତାକାଲି ଉଜ୍ଜଳାର ୬ କୋଟି ତମ ଲାଭାର୍ଥୀକୁ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ସିଲିଣ୍ଡର ପ୍ରଦାନ କରିବେ। ଓଡିଶାରେ ବର୍ତ୍ତମାନ ସୁଦ୍ଧା ୩୫ ଲକ୍ଷ ଉଜ୍ଜ୍ୱଳା ହିତାଧିକାରୀ ଥିବାବେଳେ ଆଗାମୀ ୩ ମାସରେ ଏହି ସଂଖ୍ୟା ଆହୁରି ୧୦ ଲକ୍ଷ ବୃଦ୍ଧି କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ତିନି ତଲାକ ଉପରେ ବିଜେଡିର ମତକୁ ନୀଳବର୍ଣ ଶୃଗାଳର ମତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ବିଲ୍କୁ ସରକାର କାହିଁକି ବିରୋଧ କରୁଛନ୍ତି। ଓଡିଶାର ୩/୪ଆସନରେ ଭୋଟ ହାତେଇବା ପାଇଁ ମୁସଲମାନ ମା ଭଉଣୀମାନଙ୍କ ପ୍ରତି ବିଜେଡି ଅନ୍ୟାୟ କରୁଥିବା ସେ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories