www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ବ ଦୌଡ଼କୁଦ ଚମ୍ପିଆନସିପ୍ : ନୀରଜ, ଅନିମେଷଙ୍କ ସହ ୧୯ ଭାରତୀୟଙ୍କ ଯୋଗ୍ୟତା

ନୂଆଦିଲ୍ଲୀ : ଜାପାନର ଟୋକିଓରେ ଆସନ୍ତା ସେପ୍ଟେମ୍ବର ୧୩ରୁ ୨୧ ପର୍ଯ୍ୟନ୍ତ ବିଶ୍ବ ଦୌଡ଼କୁଦ ଚମ୍ପିଆନସିପ୍ ଆୟୋଜିତ ହେବ। ବିଶ୍ବ ଦୌଡ଼କୁଦ ସଂଘ ପକ୍ଷରୁ ବୁଧବାର ପ୍ରକାଶିତ ବିଶ୍ବ ମାନ୍ୟତା ଅନୁସାରେ ଭାରତରୁ ୧୯ଜଣ ଖେଳାଳି ବିଶ୍ବ ଦୌଡ଼କୁଦ ଚମ୍ପିଆନସିପରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଲିମ୍ପିକ୍ସ ପଦକ ବିଜେତା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା, ଜାତୀୟ କୀର୍ତ୍ତିମାନଧାରୀ ଧାବକ ଅନିମେଷ କୁଜୁର ପ୍ରମୁଖ ରହିଛନ୍ତି। ଯୋଗ୍ୟତା ହାସଲ କରିଥିବା ଭାରତୀୟ ଖେଳାଳିମାନେ ହେଲେ ନୀରଜ ଚୋପ୍ରା (ପୁୁରୁଷ ଜାଭେଲିନ ଥ୍ରୋ), ପ୍ରବୀଣ ଚିତ୍ରାଭାଲ (ପୁରୁଷ ତ୍ରିପଲ ଜମ୍ପ), ଗୁଲବୀର ସିଂହ (ପୁରୁଷ ୫୦୦୦ ମିଟର ଦୌଡ଼), ଅବିନାଶ ସାବଲେ (ପୁରୁଷ ୩୦୦୦ ମିଟର ଷ୍ଟ୍ରିପଲ ଚେଜ୍‌), ପାରୁଲ ଚୌଧୁରୀ (ମହିଳା ୩୦୦୦ ମିଟର ଷ୍ଟ୍ରିପଲ ଚେଜ୍‌), ଅନିମେଷ କୁଜୁର (ପୁରୁଷ ୨୦୦ ମିଟର ଦୌଡ଼), ଅନୁ ରାଣୀ (ମହିଳା ଜାଭେଲିନ ଥ୍ରୋ), ସଚିନ ଯାଦବ (ପୁରୁଷ ଜାଭେଲିନ ଥ୍ରୋ), ୟଶ ବୀର ସିଂହ (ପୁରୁଷ ଜାଭେଲିନ ଥ୍ରୋ), ଅଙ୍କିତା ଦୟାନି (ମହିଳା ୩୦୦୦ ମିଟର ଷ୍ଟ୍ରିପଲ ଚେଜ୍), ମୁରଲୀ ଶ୍ରୀଶଙ୍କର (ପୁରୁଷ ଲଙ୍ଗଜମ୍ପ), ଅବଦୁଲ ଆବୁବେକର (ପୁରୁଷ ଟ୍ରିପଲ ଜମ୍ପ), ସର୍ବେଶ କୁସାରେ (ପୁରୁଷ ହାଇଜମ୍ପ), ନନ୍ଦିନୀ ଆଗ୍‌ସରା (ହେପ୍‌ଟାଥଲନ୍‌), ପୂଜା (ମହିଳା ୧୫୦୦ ମିଟର ଦୌଡ଼), ସର୍ବିଣ ସେବାଷ୍ଟିଆନ (ପୁରୁଷ ୨୦ କିମି ଚାଲି), ଆକାଶ ଦୀପ୍ ସିଂହ (ପୁରୁଷ ୨୦ କିମି ଚାଲି), ରାମ ବାବୁ (ପୁରୁଷ ୩୫ କିମି ଚାଲି) ଓ ପ୍ରିୟଙ୍କା ଗୌସ୍ବାମୀ (ମହିଳା ୩୫ କିମି ଚାଲି)।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories