www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ନୂଆଖାଇ, ପଶ୍ଚିମ ଓଡ଼ିଶାରେ ଉତ୍ସବର ମାହୋଲ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ମା ମାଟି ଓ ଇଷ୍ଟ ଦେବୀଙ୍କୁ ପୂଜା କରିବାର ପର୍ବ ହେଉଛି ନୂଆଖାଇ । ଚାଷୀ ତାର ପ୍ରଥମ ଫସଲକୁ ଇଷ୍ଟ ଦେବୀଙ୍କ ପାଖରେ ଲାଗି କରିବା ପରେ ସହପରିବାରଙ୍କ ସହ ମିଶି ଏକାଠି ନୂଆ ଖାଇଥାନ୍ତି । ଏହା ହେଉଛି ନୂଆ ଖାଇ ପର୍ବର ସ୍ୱତନ୍ତ୍ର ପରମ୍ପରା । ବନ୍ଧୁ ବାନ୍ଧବ ସମସ୍ତେ ରାଗ ରୋଷ, ମାନ ଅଭିମାନ ଭୁଲି ପରିବାର ସାରା ଏକାଠି ବସି ନବାନ୍ନ ଭକ୍ଷଣ କରନ୍ତି । ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର ଜଣାଇଛନ୍ତି । ମାଆ ସମଲେଇଙ୍କ ଠାରେ ସମସ୍ତଙ୍କ ସୁଖ, ଶଶନ୍ତି, ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

- Advertisement -

ପଶ୍ଚିମ ଓଡ଼ିଶାର ଏହି ଗଣପର୍ବ ପାଇଁ ପାଞ୍ଜି ଦେଖି ଶୁଭଦିନକୁ ନିର୍ଦ୍ଧାରଣ କରିଥାନ୍ତି ପଣ୍ଡିତ । ଡେଙ୍ଗୁରା ପିଟି ଗ୍ରାମବାସୀଙ୍କୁ ନୂଆଖାଇର ଶୁଭ ମୁହୂର୍ତ୍ତ ଜଣାଇ ଦିଆଯାଏ । ସେବେଠାରୁ ଆରମ୍ଭ ହୋଇଯାଏ ପ୍ରସ୍ତୁତି । ଘର ଅଗଣା ଲିପା, ପୋଛା ହୋଇ ଆସବା ପତ୍ର ସଜାଡି ଦିଆଯାଏ । ନୂଆ ଧାନରୁ ଚୁଡା, ଖଇ ଓ ଚୁନା ପ୍ରସ୍ତୁତ କରିଥାନ୍ତି ଘରର ମହିଳା ମାନେ । ବିଭିନ୍ନ ଜାତିର ଲୋକେ ବିଭିନ୍ନ ପତ୍ରରେ ନୂଆ ଖାଉଥିବାରୁ ଜଙ୍ଗଲରୁ ପତ୍ର ତୋଳା ମଧ୍ୟ ଆରମ୍ଭ ହୋଇ ଖଲି ଦନା ତିଆରି କରାଯାଏ । ନୂଆଖାଇ ପୂର୍ବରୁ ପଶ୍ଚିମ ଓଡ଼ିଶାରେ ବସିଥାଏ ସ୍ୱତନ୍ତ୍ର ହାଟ । ଏଠାରେ ସମସ୍ତ ପ୍ରକାର ସାମଗ୍ରୀ ବିକ୍ରି କରାଯାଇଥାଏ । ସବୁ କିଛି ନୂଆ ଆବଶ୍ୟକ ହୋଇଥିବାରୁ ଏହି ବଜାରରେ ବେଶ ଭିଡ଼ ଜମିଥାଏ ।

ନୂଆଖାଇ ଦିନ ବିଭିନ୍ନ ପ୍ରକାର ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ସମସ୍ତଙ୍କ ଘରେ ଛଅ ତିଅଣ ନବଜା ଓ ପିଠା ପଣା ପ୍ରସ୍ତୁତ କରାଯାଇଥାଏ । ଘରର ମହିଳା ମାନେ ଏକାଠି ରୋଷେଇ କରିବା ଓ ଏକାଠି ବସି ଖାଇବା ହେଉଛି ନୂଆଖାଇର ଏକ ଅନ୍ୟନ ପରାମ୍ପରା । ଖିଆପିଆ ପରେ ଆରମ୍ଭ ହୋଇଥାଏ ଜୁହାର ଭେଟ୍‍ । ଘରର ଛୋଟ ମାନେ ବଡମାନଙ୍କୁ ମୁଣ୍ଡିଆ ମାରି ଆର୍ଶିବାଦ ଭିକ୍ଷା କରନ୍ତି ।

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories