www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ମୁକାବିଲା ପାଇଁ ସାମୂହିକ ପ୍ରାର୍ଥନା; ଭାଲୁକାଶୁଣି ଚର୍ଚ୍ଚରୁ ଧର୍ମଯାଜକଙ୍କ ସମେତ ୩ଗିରଫ

ନୀଳଗିରି: ଦିଲ୍ଲୀ ନିଜାମୁଦ୍ଦିନରେ ସାମୂହିକ ପ୍ରାର୍ଥନା ସ୍ଥଳର ଭୟାବହ ପରିସ୍ଥିତି ସମ୍ପ୍ରତି ଲୋକଙ୍କ ମନରୁ ଅପସରି ନଥିବା ବେଳେ ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଥିବା ଏକ ଚର୍ଚ୍ଚରେ କରୋନା ମୁକାବିଲା ପାଇଁ ସାମୂହିକ ପ୍ରାର୍ଥନା କରାଯିବା ଘଟଣା ସାଧାରଣରେ ଉଦବେଗ ଭରି ଦେଇଛି। ଚର୍ଚ୍ଚରେ ଧର୍ମସଭା ଚାଲିଥିବା ଖବରପାଇ ନୀଳଗିରି ପୁଲିସ ଧର୍ମଯାଜକଙ୍କ ସମେତ ୩ଜଣଙ୍କୁ ଉଠାଇ ଆଣି ରବିବାର କୋର୍ଟଚାଲାଣ କରିଛି।

ପ୍ରାର୍ଥନା ଜରିଆରେ କରୋନା ମୁକାବିଲା କରାଯାଇପାରିବ ବୋଲି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ନୀଳଗିରି-କପ୍ତିପଦା ପୂର୍ତ୍ତରାସ୍ତାର ଭାଲୁକାଶୁଣି ଛକ ନିକଟରେ ଥିବା ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରୁଥିବା ଅଭିଯୋଗ ହୋଇଥିଲା। ଖବରପାଇ ନୀଳଗିରି ଆଇଆଇସି ମିନତି ବିଶ୍ୱାଳଙ୍କ ନିର୍ଦେଶକ୍ରମେ ଏଏସଆଇ ଶରତ ଚନ୍ଦ୍ର ଧଳ ସଦଳବଳେ ସେଠାରେ ପହଞ୍ଚି ୩ଜଣଙ୍କୁ ଉଠାଇ ଆଣିଥିଲେ ଏବଂ ଅନ୍ୟମାନଙ୍କୁ ସଚେତନ କରାଇ ସେଠାରୁ ବିଦା କରିଥିଲେ। ପୁଲିସ ପକ୍ଷରୁ ଥାନାରେ ଅଟକ ରଖାଯାଇଥିବା ଧର୍ମଯାଜକ ତଥା ଭାଲୁକାଶୁଣି ଗାଁର ବଣୁ ସିଂ (୬୦), ବରହମପୁର ଥାନା ଅଧୀନ ଚନ୍ଦ୍ରପୁର ଗାଁର ଯୋଗେନ୍ଦ୍ର ସିଂ (୪୦) ଓ ମୟୂରଭଞ୍ଜ ଜିଲା ଆରପଟା ଗାଁର ଶାନ୍ତନୁ ସିଂ (୨୬)ଙ୍କୁ ଜେରା କରି ବୟାନ ରେକର୍ଡ଼ କରାଯିବା ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories