Patra electronics

ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ହୁଣ୍ଡି ବାକ୍ସରୁ ଟଙ୍କା ଲୁଟିଲେ ଦୁର୍ବୁତ୍ତ

ନୀଳଗିରି: ବାଲେଶ୍ଵର ଜିଲା ନୀଳଗିରିରେ ଥିବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠରୁ ଦୁର୍ବୁତ୍ତ ମାନେ ହୁଣ୍ଡିବାକ୍ସକୁ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଏହି ଶୈବପୀଠଟି କୁଲଡିହା ଅଭୟାରଣ୍ୟ ଅଧୀନରେ ଅନ୍ତର୍ଭୁକ୍ତ।ସନ୍ଧ୍ୟା ହେଲେ ଏହି ପୀଠ ଜନ ଶୂନ୍ୟ ହୋଇପଡେ। ହାତୀ ଓ ବଣୁଆ ଜନ୍ତୁ ମାନେ ଏହି ପୀଠକୁ ଓହ୍ଲାଇ ଆସନ୍ତି । ତେବେ ଜନଶୂନ୍ୟ ସୁଯୋଗରେ କଟର ମେସିନ ଲଗାଇ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି । ନୀଳଗିରି ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।

Comments are closed.